ଶୁଭ୍ରାଂଶୁକୁ ସହାୟତା ଯୋଗାଇଲେ ଶିକ୍ଷାବିତ ଅମରନାଥ ରଥ ।

ଭଞ୍ଜନଗର,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମର ବଡ଼ ରମଣୀ ସାହିର ଶୁଭ୍ରାଂଶୁ ଶେଖର ସାହୁ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପରିବାରରେ ଲାଗିରହିଥିବା ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଥିଲେ। ପାଠ ପଢିବା ପାଇଁ ଶୁଭ୍ରାଂଶୁ ଅନ୍ୟର ସାହଯ୍ୟକୁ ଅପେକ୍ଷା କରି ରହିଥିବା ବେଳେ ଏସମ୍ପର୍କରେ ଖବର ପାଇ ଭଞ୍ଜନଗର ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ଅମର ନାଥ ରଥ ଗୁରୁବାର ଶୁଭ୍ରାଂଶୁକୁ ସାହାଯ୍ୟର ହାତ ବଢାଇଛନ୍ତି । ଶୁଭ୍ରାଂଶୁ ଘୁମୁସର ରେସିଡେନସିଆଲ କଲେଜରେ +୨ ବିଜ୍ଞାନରେ ନାମ ଲେଖାଇବା ଠାରୁ ସମସ୍ତ ବହିପତ୍ର ଓ ପ୍ରତିଦିନ କୁଲାଡ଼ରୁ ଯିବାଆସିବାର ସମସ୍ତ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପିଲାଟି ଦିନରୁ ଶୁଭ୍ରାଂଶୁର ପାଠ ପଢା ପ୍ରତି ବହୁ ଆଗ୍ରହ। ଶୁଭ୍ରାଂଶୁଙ୍କ ପିତା ଯୋଗେନ୍ଦ୍ର ସାହୁ ଜଣେ କ୍ଷୁଦ୍ର ବ୍ୟବସାୟୀ। ଭଞ୍ଜନଗର କୋର୍ଟ ସମ୍ମୁଖ ରାସ୍ତା କଡରେ ବସି ବହି ଓ ଖେଳନା ବିକ୍ରି କରନ୍ତି। ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର। ହେଲେ ଶୁଭ୍ରାଂଶୁ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଚଳିତ ମାଟ୍ରିକ ପରୀକ୍ଷାରେ କୁଲାଡ଼ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠରୁ ଏ-୧ଗ୍ରେଡ଼ରେ ୫୫୮ନଂ (୯୩%)ରଖି ଉତ୍ତୀର୍ଣ୍ଣ ହୋଇଥିଲେ।ଆଗକୁ ଭଞ୍ଜନଗର ଠାରେ +୨ ବିଜ୍ଞାନରେ ଅଧ୍ୟୟନ କରିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ୬ପ୍ରାଣୀ କୁଟୁମ୍ବ କୁ ନେଇ ପରିବାର ପ୍ରତିପୋଷଣ କରିବା ଓ ପୁଅର ପଢା ଖର୍ଚ୍ଚ ତୁଲାଇବା ପିତା ଯୋଗେନ୍ଦ୍ରଙ୍କ ପକ୍ଷେ ସମ୍ଭବ ହୋଇ ପାରି ନଥିଲା। ଯୋଗେନ୍ଦ୍ର ଓ ପୁଅ ଶୁଭ୍ରାଂଶୁଙ୍କୁ ସହାୟତା ଯୋଗାଇ ଥିବାରୁ ଉଭୟେ ଶିକ୍ଷାବିତ ଶ୍ରୀ ରଥଙ୍କ ସମେତ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା, ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ସଦସ୍ୟ ଅରକ୍ଷିତ ପରିଛା ଓ ଅନ୍ୟ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ଆଗାମୀ ଦିନରେ ଶିକ୍ଷାଲାଭ କରି ଶୁଭ୍ରାଂଶୁ ଜଣେ ଇଞ୍ଜିନିଅର ହେବାକୁ ଲକ୍ଷ୍ୟ ରଖିଛନ୍ତି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment