ଶୁଣିଲେନି ସ୍ଥାନୀୟ ପ୍ରସାନ ଓ ନେତା, ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ଜନତା ।

ବୋଲଗଡ଼,୦୩/୦୧(ପିପିଟି):ନା ଶୁଣିଲା ପ୍ରଶାସନ ନା ଶୁଣିଲେ ନେତା ଶେଷରେ ଶୌଚାଳୟ ଉଦଘାଟନ କଲେ ଜନତା। ଏମିତି ଏକ ରୋଚକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମରେ। ଗ୍ରାମର ଗାନ୍ଧୀ ଛକ ନିକଟରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇ ଦୁଇ ବର୍ଷ ହେବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରାନଯାଇ ସେମିତି ପକାଇ ରଖା ଯାଇଥିବା ରୁ ଶୌଚାଳୟ ଚାରି ପାଖରେ ଅନାବନା ଗଛ ଉଠିବା ସହ ଲଟା ବୁଦାରେ ପରିପୂର୍ଣ୍ଣ ହୋଇ ପଡ଼ିରହିଥିଲା। ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣ ପାତ କରିନଥିଲେ। ଶେଷରେ ଶ୍ରମିକ ନେତା ଅକ୍ଷୟ ରାଉତରାୟ ଙ୍କ ନେତୃତ୍ୱରେ ଅଲେଖ ନାୟକ,ପ୍ରଫୁଲ ରଥ, ଆରତ ନାୟକ,ଶ୍ରୀଧର ସାହୁ ଓ ପ୍ରଭାତ ରଥ ଙ୍କ ସମେତ ଗ୍ରାମବାସୀ ଲଟାବୁଦା ସଫା କରିବା ସହ ରିବନ ଫିତା କାଟି ଶୌଚା ଳୟର ଉଦଘାଟନ କରିଛନ୍ତି। ଏହା ଦ୍ଵାରା ପାଖରେ ଥିବା ପଞ୍ଚାୟତ,ସ୍କୁଲ,ବ୍ୟାଙ୍କ ଇତ୍ଯାଦି କୁ ଆସୁଥିବା ପୁରୁଷ ଓ ବିଶେଷ କରି ଛାତ୍ର ଛାତ୍ରୀ ମହିଳା ମାନଙ୍କ ପାଇଁ ଗୋଷ୍ଠୀ ଶୌଚାଳୟଟି ସହାୟକ ହେବ ବୋଲି ଗ୍ରାମବାସୀ କହିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment