ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ।

ବେଗୁନିଆପଡା,୨୪/୧୨(ପିପିଟି): ବୁଧବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ମହିଳା ସ୍ୱତନ୍ତ୍ର ସେବା ଯୋଜନା ଶିବିର ସ୍ଥାନୀୟ ଏସ ରାମଚନ୍ଦ୍ରପୁର ଶାସନ ପ୍ରାଥମିକ ବିଦ୍ୟାଳୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ନନ୍ଦ ଯୋଗ ଦେଇ ସ୍ୱଚ୍ଛତା ଓ ଶୃଙ୍ଖଳିତ ଜୀବନ ଯାପନ ପାଇଁ ପ୍ରେରଣା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ସ୍ୱତନ୍ତ୍ର ସେବା ଯୋଜନାର ଲକ୍ଷ୍ୟ ସମ୍ପର୍କେ ସ୍ବେଛାସେବୀଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ସାଗରିକା ଦାଶଙ୍କ ତତ୍ୱାବଧାନ ରେ ୫୦ ଜଣ ସ୍ବେଛାସେବୀ ଓ ସେମାନଙ୍କୁ ସହଯୋଗ କରିବା ନିମନ୍ତେ ମହିଳା ସହାୟିକା ଭାରତୀ ମହାପାତ୍ର ସେବା ଶିବିରରେ ରେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment