ଶୀତଳ ଭଣ୍ଡାରରେ ଶିକିରି ଓ ଗୋଦରାପଲ୍ଲି ସୁନିଶ୍ଚିତ ଜଳ ଯୋଗାଣ ଯୋଜନା, ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ୮୦୦୦ରୁ ଉର୍ଦ୍ଧ୍ବ ଜନତା ।

ହିଞ୍ଜିଳିକାଟୁ,୦୨/୦୫(ପିପିଟି): ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯକାଳ ସମୟରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ବହୁ ପ୍ରକଳ୍ପ ହିଞ୍ଜିଳି ବ୍ଲକରେ ସମ୍ପାଦିତ ହୋଇଯାଇଛି । ସେଥିମଧ୍ୟରୁ ଶିକିରି ଓ ଗୋଦରାପଲ୍ଲି ଗ୍ରାମକୁ ନିଶ୍ଚିତ ଜଳଯୋଗାଣ ଯୋଜନା ଅନ୍ଯତମ ଅଟେ । ପ୍ରାୟ ୩ କୋଟି ୬ ଲକ୍ଷ ୬୪ ହଜାର ୭୫୫ଟଙ୍କା ର ଏହି ପ୍ରକଳ୍ପ ବର୍ତ୍ତମାନ ଅନ୍ଧାରରେ ରହିଛି ।ବର୍ତ୍ତମାନ ଦେଖିବାକୁ ମିଳିଛିଯେ ନିର୍ମିତ ଏହି ପ୍ରକଳ୍ପ ଅଦ୍ୟାବଧି ଶେଷ ପରିଣତିରେ ହୋଇଥିଲେ ସୁଦ୍ଧା ଅଦ୍ୟାବଧି କାର୍ଯ୍ଯକ୍ଷମ ହୋଇନଥିବାରୁ ଶିକିରି ଓ ଗୋଦରାପଲ୍ଲି ଗ୍ରାମର ଆଠ ହଜାରରୁ ଅଧିକ ଜନସାଧାରଣ ଉନ୍ନତ ମାନର ପାନୀୟ ଜଳର ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି ।ଏହି ପ୍ରକଳ୍ପ ପାଖରେ ଥିବା ସୁଚନା ଫଳକ ପ୍ରକାରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ୭/୧/୨୦୨୩ ହୋଇ ଥିବା ବେଳେ କାର୍ଯ୍ୟ ଶେଷ ଅବଧି ପ୍ରାୟ ୧ ବର୍ଷ ବା ୩୬୦ ଦିନ କାର୍ଯ୍ୟ ଦିବସ ଉଲ୍ଲେଖ ରହିଛି । ସେହିଭଳି ଏଠାରୁ ପାନୀୟ ଜଳ ଯୋଗାଣ ହେଲେ ୮୮୪୧ ଜନସାଧାରଣ ପାନୀୟ ଜଳ ପାଇବାରେ ଉପକୃତ ହେବେ, ତହା ମଧ୍ୟ ଉଲ୍ଲେଖ ରହିଛି । ତେବେ ୩କୋଟି ରୁ ଉର୍ଦ୍ଧ୍ବ ଏହି ପ୍ରକଳ୍ପରେ ପାଇପ ଲାଇନ ବିଛାଇବା ,୭ .୦୦ ମି ସଂଗ୍ରହ କୂପ ୧ଟି ,୧୦ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ରକଳ୍ପ ୧ ଗୋଟି ଏବଂ ୩ଲକ୍ଷ କ୍ଷମତା ବିଶିଷ୍ଟ ଭୂତଳ ଜଳ ଭଣ୍ଡାର ୧ ଗୋଟି ଅନ୍ତର୍ଭୁକ୍ତ ମଧ୍ୟ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଉକ୍ତ ପ୍ରକଳ୍ପ ନିର୍ମାଣ ୩୬୦ ଦିନ ହୋଇଥାଇ ପ୍ରକଳ୍ପର ପ୍ରାୟତଃ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁଇ ବର୍ଷ ୪ମାସ ସମୟ ହୋଇଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଏହି ବହୁ ମୁଲ୍ୟ ପ୍ରକଳ୍ପର ମୋଟର ଓ ପମ୍ପ ଗୃହ ଉଇ ଲାଗିବା ଦେଖିବାକୁ ମିଳିଛି । ଏତେ ବଡ଼ ପ୍ରକଳ୍ପ ନିର୍ମାଣ ସରି ସୁଦ୍ଧା କାହିଁକି କାର୍ଯ୍ଯକ୍ଷମ ହୋଇପାରୁନାହିଁ, ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୂତଳ ଜଳଭଣ୍ଡାରରେ ବିଭିନ୍ନ ଅସନା ପାଣି ଜମା ହେବା ସହ ପାଣି ପୋଚହୋଇ ଦୁର୍ଗନ୍ଧ ହେଉଛି । ଉକ୍ତ ପ୍ରକଳ୍ପ କାର୍ଯ୍ଯକ୍ଷମ ନହେବା ପଛରେ ନିର୍ମାଣ ଶୈଳୀ ଉପରେ ତୃଟି ରହିଥିବା ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟ ବାବଦରେ କେଉଁ କାରଣରୁ ଭିତ୍ତି କରି ତାହା କାର୍ଯ୍ଯକ୍ଷମ ହୋଇପାରୁନାହିଁ ‘ ନା ‘ ନିମ୍ନମାନର ଯାନ୍ତ୍ରିକ ତ୍ରୁଟି ଦାୟୀ ହୋଇଥାଏ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏଣୁ ସାଧାରଣରେ ଉକ୍ତ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ଯକ୍ଷମ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି ।

(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ)

Comments (0)
Add Comment