ଶିଶୁ ହେଉଛି ଦେଶର ସମ୍ପଦ।

ବୋଲଗଡ଼, ୧୪/୧୧ (ପିପିଟି):ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ଆରିକମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ପବିତ୍ର ଶିଶୁ ଦିବସ ଉପଲକ୍ଷେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବାର୍ଷିକ ଉତ୍ସବରେ ଡକ୍ଟର ସୁଦର୍ଶନ ବେହେରା ଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ଯତି, ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶଙ୍କର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଡକ୍ଟର ବାସୁଦେବ ବେହେରା, ପୂର୍ବତନ ସମ୍ପାଦକ ମୋହିନୀ ଧର ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା, ମହୋତ୍ସବ କମିଟି ସମ୍ପାଦକ ପ୍ରମୋଦ କୁମାର ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରହଲ୍ଲାଦ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ଙ୍କ ପ୍ରତି ମୂର୍ତ୍ତି ରେ ଫୁଲ ଚନ୍ଦନ ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟ କ୍ରମ ର ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ସଭାପତି ଡକ୍ଟର ସୁଦର୍ଶନ ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ବନମାଳି ସାହୁ ଅତିଥି ପରିଚୟ ଦେଇଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ମାନେ ବିଦ୍ୟାଳୟ ପରିସରରେ ସୁବାସ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ, ଓ ରାଧାନାଥ ରାୟ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପବିତ୍ର ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରିବେଷଣ କରାଯାଇଥିଲା। ଶିଶୁ ହେଉଛି ଦେଶର ସମ୍ପଦ ବୋଲି ମୁଖ୍ୟ ଅତିଥି ପ୍ରଦୀପ କୁମାର ଯତି ସୁଚନା ପ୍ରଦାନ କରିଥିଲେ। ‘ଶିଶୁ ହସିଲେ ଦେଶ ହସିବ ଓ ଶିଶୁ ହେଉଛି ଦେଶର ସମ୍ପଦ’ ତେଣୁ ଶିଶୁ ମାନଙ୍କ ପ୍ରତି ଅବହେଳା ନକରିବାକୁ ମୁଖ୍ୟ ବକ୍ତା ଶଙ୍କର ମହାପାତ୍ର ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଏହି ପୁରାତନ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଉଥିବାରୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ,ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିବା ପାଇଁ ଡକ୍ଟର ବାସୁଦେବ ବେହେରା ଅନୁରୋଧ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟ କ୍ରମ କୁ ଶିକ୍ଷକ ବିଶ୍ୱରଂଜନ ସେଠି, ବିଶ୍ଵରଂଜନ ସିଂଦେଓ, ନବ କିଶୋର ଯତି,ଜୟକୃଷ୍ନ ବିଶ୍ୱାଳ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ଉପ ସଭାପତି ଦିଲିପ କୁମାର ଯତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment