ବାଲିଗୁଡ଼ା,୧୦/୦୭(ପିପିଟି): ସମଗ୍ର ଦେଶରେ କରୋନା ଭୟାଭୟ ଓ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମକୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବାସମିତି ଅଧିନରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ନିମନ୍ତେ ସୁଦୂର ଜର୍ମାନୀ ର ଏକ ସଂସ୍ଥା ଆଶାକିରଣ ର ସହାୟତାରେ ଅନଲାଇନ ପାଠ ପଢିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି । ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଦୁଇଗୋଟି ମୂଲ୍ୟବାନ ସଂଜ୍ଞା ବିଷୟରେ ଆଲୋକ ପାତ କରି ବୁଝାଇ ଥିଲେ । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରନ ଶିକ୍ଷାରେ ସଫଳତା ହାସଲ କରିବା ନିମନ୍ତେ ମନ୍ତ୍ର ପ୍ରଦାନ ଓ ଭୁବନେଶ୍ୱରର ଡ. ବେଣୁଧର ସୁତାର ଏହି ପ୍ରକଳ୍ପ ଏବଂ ସହାୟତାର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ । ଏଥିରେ ଶିଶୁ ବିକାଶ ଅଧିକାରିଣୀ ଅନିତା ଦାଶ, ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଏବଂ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)