ଶିଶୁ ମଙ୍ଗଳ ସମିତି ପକ୍ଷରୁ ଅନାଥ ଶିଶୁଙ୍କ ଅଧିକାର ଉପରେ ବୈଠକ ।

ବେଲଗୁଣ୍ଠା,୦୨/୩(ପିପିଟି); ବେଲଗୁଣ୍ଠା ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଶିଶୁ ମଙ୍ଗଳ ସମିତି ବ୍ରହ୍ମପୁର ପକ୍ଷରୁ ଅନାଥ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ଉପରେ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପଢି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଣ ଆନୁଷ୍ଠାନିକ ଶିଶୁ ଯତ୍ନ ଅଧିକାରୀ ସୁଶାନ୍ତ କୁମାର ସାହୁ, ସିଡ଼ିପିଓ ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବ୍ଲକର ୧୮ ଟି ପଞ୍ଚାୟତ ଓ ଗୋଟି ଏନ୍ଏସି ରୁ ଆସିଥିବା ଅନାଥ ଶିଶୁ ମାନଙ୍କୁ ଧନ୍ଦା ମୂଳକ ତାଲିମ, ଶିଶୁ ସୁରକ୍ଷା ଅନୁଷ୍ଠାନ ରେ ଯତ୍ନ ନେବା, ସରକାରଙ୍କ ତରଫରୁ ପୃଷ୍ଠ ପୋଷକତା, ଆବାସ ଯୋଜନା, ରାସନ୍ କାର୍ଡ ଭଳି ବହୁ ଯୋଜନା ରେ ସାମିଲ୍ କରିବା ପାଇଁ ବ୍ଲକର ସମସ୍ତ ଅଧିକାରୀ, ଅନ୍ୟ କାର୍ଯ୍ୟାଳୟ ସହଯୋଗିତାରେ ଅନାଥ ଶିଶୁ ଯେଭଳି ତାର ବଞ୍ଚିବା ଅଧିକାର, ବିକାଶର ଅଧିକାର, ସହଭାଗିତା ର ଅଧିକାର ସୁରକ୍ଷାର ଅଧିକାର ରୁ ବଞ୍ଚିତ ନ ହେବା ସକାଶେ ଆପ୍ରାଣ ଚେଷ୍ଟା କରାଯିବ। ଶୈଶବ ସମୟରେ ଦେଖାଯାଉଥିବା ବିପଦ ପୂର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କରି ବିପଦରୁ ସୁରକ୍ଷା ପ୍ରଦାନ କରିବା, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଯୌନ ନର୍ଯାତନା ନ ହେବା ନିମନ୍ତେ ପଞ୍ଚାୟତ ଓ ବ୍ଲକ ସ୍ଥରରେ ଶିଶୁ ସୁରକ୍ଷା କମିଟିଙ୍କୁ ସୁଦୃଢ କରିବା ପାଇଁ ସିଡ଼ିପିଓ, ସୁପର ଭାଇଜର ମାନଙ୍କୁ ଅବଗତ କରାଗଲା। ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନ ର ରଞ୍ଜିତ ବେହେରା ସମେତ ସମସ୍ତ ସୁପର ଭାଇଯର ଯଥା ମିଲିମା ପଣ୍ଡା, ରଞ୍ଜୁକ୍ତା ସ୍ୱାଇଁ, ସଂଯୁକ୍ତା ଦାସ, ପ୍ରଶାନ୍ତି ତ୍ରିପାଠୀ ସମେତ ବହୁ ଅଙ୍ଗନୱାଡି କର୍ମୀ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment