ଶିଶୁ ବିକ୍ରୀ ଘଟଣା, ପୀଡିତ ପରିବାରଙ୍କୁ ଭେଟିଲେ ବିଧାୟକ ।

ଟିଟିଲାଗଡ଼,୨୮/୦୭: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତ ବାଗଡେର ଗ୍ରାମର ଦାଦନ ଶ୍ରମିକ ନିଜ ଦାରିଦ୍ର୍ୟତା ଯୋଗୁଁ ୭ ଦିନର ଝିଅକୁ ବିକ୍ରୀ କରିଦେଇଥିବା ନେଇ ରାଜ୍ୟରେ ତୁମ୍ବିତୋଫାନ ଆରମ୍ଭ ହୋଇଛି । ଆଜି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପୀଡିତ ପରିବାରଙ୍କୁ ସାକ୍ଷାତ ପରେ ବିଜେଡ଼ି ନେତା ଏକ ମନ ଗଢ଼ା କାହାଣୀ ଗଢ଼ିଥିବା କହିଛନ୍ତି । ଗ୍ରାମର ନିଲ ରଣା ପ୍ରଥମେ ଏକ ପତ୍ନୀ ବିବାହ ପରେ ତାକୁ ଛାଡି ଦେଇ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଥିଲେ । ପ୍ରଥମ ପତ୍ନୀଙ୍କ ନାମରେ ଚାଉଳ କାର୍ଡ ଥିବା ନେଇ ସେ ପ୍ରତ୍ୟେକ ମାସ ଚାଉଳ ନେଇଛନ୍ତି । ନୀଳଙ୍କ ଦ୍ଵିତୀୟ ପତ୍ନୀ ନିଜ ମାଁ ଘରେ ଚାଉଳ ପାଉଥିବା ନେଇ ତାଙ୍କ ନାମରେ ଏଠାରେ ଚାଉଳ କାର୍ଡ ତିଆରି ହୋଇପାରିନାହିଁ । ନୀଳଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ୩ ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ପ୍ରଥମ ଏବଂ ଦ୍ଵିତୀୟ ଗର୍ଭରେ ମଧ୍ୟ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ନୀଳଙ୍କ ଦ୍ଵିତୀୟ ପତ୍ନୀ ସୁଭଦ୍ରା ଯୋଜନା ସହାୟତା ପାଇଛନ୍ତି । ସ୍ୱଇଚ୍ଛାରେ ନୀଳ ନିଜ ଦ୍ଵିତୀୟ ପତ୍ନୀଙ୍କ କନ୍ୟା ସନ୍ତାନଙ୍କୁ ଜଣଙ୍କୁ ଦେଇଥିଲେ । ବିକ୍ରୀ କରି ନାହାନ୍ତି ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ନେତା ବୀରେନ୍ଦ୍ର ବାଗ ଆଜି ପୀଡିତ ପରିବାରଙ୍କୁ ସାକ୍ଷାତ କରିଥିବା ବେଳେ ଶ୍ରୀ ସାଲୁଜା ଘଟଣା ନେଇ ତୀବ୍ର ନିନ୍ଦା କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି । ବର୍ତ୍ତମାନ ବଲାଙ୍ଗୀର ଅତିରିକ୍ତ ଜିଲାପାଳ(ରାଜସ୍ୱ) ବିଜୟାନନ୍ଦ ସେଠୀ ପୀଡିତ ପରିବାରଙ୍କ ସହ ଆଲୋଚନା ଜାରୀ ରଖିଛନ୍ତି ।

Comments (0)
Add Comment