ଶିଶୁ ବିକାଶ ପ୍ରକଳ୍ପ ପରିଦର୍ଶନ କଲେ ଏଡିଏମ ।

କୋଦଳା,୧୯/୦୫(ପିପିଟି): ଗୁରୁବାର ବେଗୁନିଆପଡା ସମନ୍ୱିତ ଶିଶୁଵିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମେତ ଦୁଇଗୋଟି ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେଶ ।ବେଗୁନିଆପଡା ୧ କେନ୍ଦ୍ରରେ ଚାଲିଥିବା “ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା “କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କ କିପରି ଯତ୍ନ ନିଆଯାଉଛି ଓ ଶିକ୍ଷା ଦିଆଯାଉଛି ତାକୁ ଅନୁଧ୍ୟାନ କରିଥିଲେ । ତତ ସହିତ ମଠ ବରିଡା ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି “ଓଜନ ଉତ୍ସବ “ରେ ଯୋଗଦେଇ ଶିଶୁମାନଙ୍କ ଗହଣ ରେ କିଛି ସମୟ ବିତାଇଥିଲେ ଓ ଖୁସିବ୍ୟକ୍ତ କରିବା ସହିତ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ କୋଦଳା ତହସିଲଦାର ସଶ୍ମିତା ଶତପଥୀଙ୍କୁ ଡକାଇ ବିବାଦୀୟ ଜାଗାରେ ଅଙ୍ଗନୱାଡି ଓ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ଜାଗା ଚି଼ହ୍ନଟ, ପାଣି, ବିଜୁଳି ସମସ୍ୟାର ସମାଧାନ କରିବା ସହିତ ଅଞ୍ଚଳ ରେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।ପରେ ପରେ ଶିଶୁ ବିକାଶ କାର୍ଯ୍ୟଳୟରେ ପହଞ୍ଚି ବାର୍ଷିକ ସମୀକ୍ଷ୍ୟା କରି ଫେରିଥିଲେ ।ବର୍ତ୍ତମାନ ଠାରୁ ପ୍ରତ୍ୟେକ ମାସର ୧୯ ତାରିଖକୁ ପ୍ରତ୍ୟକ ଅଙ୍ଗନୱାଡି କେନ୍ଦ୍ର ରେ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ “ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା” କାର୍ଯ୍ୟକ୍ରମ ଆୟୋଜିତ ହେବବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ସିଡିପିଓଙ୍କ ସମେତ ସମସ୍ତ ସୁପରଭାଇଜର ଉପସ୍ଥିତ ଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment