ଯାଜପୁର,୧୮/୦୮(ପିପିଟି):ମାନ୍ୟବର ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରୋ ଓ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ତରପଦା ଓ ଜୟନ୍ତରା ପଂଚାୟତ ର ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ କଥାହୋଇଥିଲେ।ଉକ୍ତ ପରିଦର୍ଶନ ସମୟରେ ଯାଜପୁର ଅତିରିକ୍ତ ଜିଲ୍ଳାପାଳ ଯୁଧିଷ୍ଠିର ନାଏକ, ବ୍ଲକ ଉନ୍ନୟନ ଅଧିକାରୀ ଆକାଶ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟିର ଅଧକ୍ଷ ଦିବ୍ୟଭୂଷଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସିଡିପିଓ ଶାନ୍ତିଲତା ସେଠୀ ଉପସ୍ଥିତ ଥିଲେ.।
ଏହାସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ୍, ରନ୍ଧା ଖାଦ୍ୟର ମାନ ଓ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରିଥିଲେ।
ଅପରାହ୍ନରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିଶୁ ଓ ପରିବାରଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲା ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।