ଭଞ୍ଜନଗର, ୨୩/୧୨(ପିପିଟି ):ନୟାଗଡ଼ ଜିଲ୍ଲା ବାହାଡ଼ା ଝୋଲା ସରସ୍ୱତୀ ଶିଶୁମନ୍ଦିର ର ଷୋଡଶ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ ଗୋପୀନାଥ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସ୍ଥାନୀୟ ସରପଞ୍ଚ ଆରତୀ ସେଠୀ, ମୁଖ୍ୟ ବକ୍ତା ସଙ୍କୁଳ ପ୍ରମୁଖ ଦିଲୀପ କୁମାର ମିଶ୍ର ମଞ୍ଚାସିନ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚର୍ଯ୍ୟା ସୁବାଶିନୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଆସିଥିବା ପ୍ରସ୍ତାବକୁ ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ସାହୁ ମଞ୍ଜୁର କରିବା ସହ ଅତିଶୀଘ୍ର ଏହାର କାମ ଆରମ୍ଭ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ଜୟକୃଷ୍ଣ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ପିତାମାତାଙ୍କ ଶେଷ ଠିକଣା ବୃଦ୍ଧାଶ୍ରମ ଓ ଅଯୋଗ୍ୟ ହେଲେ ସନ୍ତାନ ଧନସମ୍ପତ୍ତି ମୂଲ୍ୟହୀନ ନାଟକ ଦର୍ଶକଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଥିଲା।ଏଥିସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସମସ୍ତ ଗୁରୁଜୀ, ଗୁରୁମା ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)