ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ।

ଭଞ୍ଜନଗର,୧୮/୦୮(ପିପିଟି): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗଦେଇଥିଲେ । ୩୦ ଜଣ ଶିଶୁ କୃଷ୍ଣ ବେଶ ଧାରଣ କରି ବିଦ୍ୟାଳୟରେ ଉପସ୍ଥିତ ଥିଲେ।କୃଷ୍ଣ ବେଶ ଧାରୀ ଶିଶୁ ମାନଙ୍କୁ ବନ୍ଦାପନା କରାଯାଇ ଦହି ଖୁଆଇ ଦୋଳିରେ ଝୁଲାଇବା ରୀତିନୀତି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment