ଭଞ୍ଜନଗର,୦୩/୦୫(ପିପିଟି); ବହୁ ଚର୍ଚ୍ଚିତ ଜଗନ୍ନାଥ ପ୍ରସାଦ ନିକଟ ଶିଶୁଣ୍ଡା କାଜୁ ଜଙ୍ଗଲରେ ଗତ ମାସ ୨୩ତାରିଖରେ ବୃଦ୍ଧ ଦମ୍ପତିଙ୍କୁ କେହି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା।ଏହି ଘଟଣାରେ ଜଗନ୍ନାଥ ପ୍ରସାଦ ଥାନା କେଶ ନମ୍ବର ୧୨୯/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଏହି ଘଟଣାର ପର୍ଦ୍ଦା ଫାଶ କରିଛି ପୋଲିସ। ଏସମ୍ପର୍କରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି। ମୃତ ଭୀମ ପ୍ରଧାନ ଓ ତାର ପତ୍ନୀ ସୁଶୀଳା ପ୍ରଧାନକୁ ପୂର୍ବ ଶତ୍ରୁତା କାରଣରୁ ତାର ଜଣେ ସମ୍ପର୍କୀୟ ନାତି ଭାସ୍କର ପାତ୍ର ଓ ତାର ଜଣେ ସାଙ୍ଗ ପ୍ରକାଶ ପାତ୍ର ମିଶି ସେହିଦିନ ରାତିରେ ହତ୍ୟା କରିଥିଲେ। ପୋଲିସ ତଦନ୍ତ ବେଳେ ଏମାନେ ହତ୍ୟାକାଣ୍ଡ ଘଟାଇଥିବା ଖବର ସାମ୍ନାକୁ ଆସିଥିଲା। ଏଦୁହିଁଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗତ ରାତିରେ ପୋଲସରା ନିକଟ ଏକ ଜଙ୍ଗଲରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।ହେଲେ ଆସାମୀ ମାନଙ୍କୁ ଧରିବାରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁଙ୍କ କାର୍ଯ୍ୟ ଦକ୍ଷତାକୁ ବେଶ ପ୍ରଶଂସା କରିଛନ୍ତି ଭଞ୍ଜନଗର ଏସଡ଼ିପିଓ ଶ୍ରୀ ମିଶ୍ର।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )