ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ସୁରଭି ଅନୁଷ୍ଠିତ।

ବୋଲଗଡ,୧୦/୧୦(ପିପିଟି) : ବୋଲଗଡ଼ ବ୍ଲକ ନିକଟସ୍ଥ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ , ସ୍ଥାନୀୟ ସରପଞ୍ଚ ରମାମଣୀ ଦେଇ, ୨୬ନମ୍ବର ଜୋନର ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ , ସି ଆର ସିସି ପ୍ରଦୀପ କୁମାର ବଳବନ୍ତରାୟ,ଏସ ଏମ ସି ଅଂଶୁମାନ ବେହେରା,ଭାଇସ ଚେୟାର ମ୍ୟାନ ଗୋବିନ୍ଦ ଚନ୍ଦ୍ର ସାହୁ,ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଦୀପ ଜାଳି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । କନିଷ୍ଠ ଓ ବରିଷ୍ଠ ବିଭାଗର ସମୁଦାୟ ୧୬ଟି ପ୍ରତିଯୋଗିତାରେ ୧୨୦ଜଣ ଏହି କ୍ଲଷ୍ଟର ୧୧ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ ରଚନା, ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର ଲିଖନ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ ଓ ଚିତ୍ରାଙ୍କନ, ପ୍ରବନ୍ଧ,ବକ୍ତୃତା ଓ କୁଇଜ୍ ତଥା ଦଳଗତ ସାଂସ୍କୃତିକ ନୃତ୍ୟ ପରିବେଷଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ବେହେରା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ବୋଲଗଡ଼ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା, ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ପୁରଷ୍କାର ବିତରଣରେ ଶିକ୍ଷକ ରସାନନ୍ଦ ମହାପାତ୍ର ସହଯୋଗ କରିଥିଲେ। ଏଥିସହିତ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ ଏକ ପ୍ରମୁଖ କାର୍ଯ୍ୟକ୍ରମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପୂର୍ବତନ ସି ଆର ସିସି କୈଳାଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment