ଶିବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ ।

ଭଞ୍ଜନଗର, ୨୬/୦୨(ପିପିଟି) : ବୁଧବାର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୫ନଂ ୱାର୍ଡ ସ୍ଥିତ ଗ୍ରାମଦେବତୀ ମନ୍ଦିର ପଛ ପାର୍ଶ୍ୱ ଖୋଲା ସ୍ଥାନର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପ୍ରସ୍ତୁତ ପ୍ରଭୂ ଶିବଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।ଏଥିରେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,୧୫ନଂ ୱାର୍ଡ ମେମ୍ବର ଉତ୍ତମ ଦଳବେହେରା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ।ବିଧାୟକ ଶ୍ରୀ ନାୟକ ମାଆ ଗ୍ରାମଦେବତୀଙ୍କ ଦର୍ଶନ ଏବଂ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ କାମନା କରିଥିଲେ। ଏଥିସହ ମନ୍ଦିରର ଉନ୍ନତି କରଣ ବିଷୟରେ ସ୍ଥାନୀୟ ନଗରପାଳଙ୍କ ସହ ଆଲୋଚନା କରିଥିଲେ।ଏଥିରେ ସମସ୍ତ ୱାର୍ଡ ମେମ୍ବର ଏନଏସି କର୍ମଚାରୀ ମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment