ଶିକ୍ଷା ସଚେତନତା ଓ ଶାନ୍ତିର ସନ୍ଦେଶ ଓ ପ୍ରୟୋଗ ଅଭିଯାନ ।

ବେଗୁନିଆ,୦୪/୦୯(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତର ହଟକେଶ୍ୱରଙ୍କ ପୀଠରେ ଶାନ୍ତିପଥ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୂଲ୍ୟରେ ଶିକ୍ଷା ସଚେତନତା ଓ ଶାନ୍ତିର ସନ୍ଦେଶ ଓ ପ୍ରୟୋଗ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରକୃତି ବନ୍ଧୁ ମଶାଣୀ ମଣିଷ ନାମରେ ପରିଚିତ ଥିବା ବିଶ୍ୱନାଥ ମାର୍ଥା ଏବଂ ଶାନ୍ତି ପଥର ସଭାପତି ଶିବ ନାରାୟଣ ମିଶ୍ରଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିଲା ଶିକ୍ଷା ସଚେତନତା ଅଭିଯାନ । ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ,ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ବାଘମାରୀ ସରପଞ୍ଚ ରଞ୍ଜନ ବିଶ୍ୱାଳ,ବାଘମାରୀ ସମିତିସଭ୍ୟା ନବନିତା ମହାନ୍ତି, କଳପ ତରୁ ପଣ୍ଡା, ଶିବ ପ୍ରସାଦ ଦାସ ,କୈଳାସ ଚନ୍ଦ୍ର ରଥ, ଭାଗିରଥି ଦାସ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ କ୍ଷେତ୍ରରେ ଆଲୋଚନା କରିଥିଲେ । ଶ୍ରୀ ମାର୍ଥା ଜଣେ ସମାଜସେବୀ ହୋଇ ଏଭଳି ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ବେଗୁନିଆ ବୋଲଗଡ଼ ଅଂଚଳରେ ଜାରି ରଖିଥିବାରୁ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଖାତା , କଲମ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ଛତା , ମଶାରୀ ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କୁମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment