ଶିକ୍ଷା ବିନା ବ୍ଯକ୍ତି ଓ ସମାଜର ପ୍ରଗତି ଅସମ୍ଭବ।

ବୋଲଗଡ,୦୨/୦୩(ପିପିଟି): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳୀ ସ୍ଥିତ ବୀଣାପାଣି ବିଦ୍ୟାମନ୍ଦିରର ୨୨ତମ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ଶିକ୍ଷାବିତ ଲକ୍ଷ୍ମଣ ବରାଳଙ୍କ ସଭାପତିତ୍ୱରେ ରବିବାର ଦିନ ପାଳିତ ହୋଇ ଯାଇଅଛି। ଏହି ବାର୍ଷିକ ଉସ୍ଚବ ରେ ମୁଖ୍ଯ ଅତିଥି ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ମୁଖ୍ଯ ବକ୍ତାଭାବେ ବରିଷ୍ଠ ଶିକ୍ଷାବିତ ମାଧବ ଚନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ରବିନ୍ଦ୍ର ନାଥ ପାଣ୍ଡେ, ପ୍ରଧାନ ଶିକ୍ଷକ ବିମ୍ବାଧର ସାହୁ ପ୍ରମୁଖ ଯୋଗଦେଇ ମା’ବୀଣାପାଣୀ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ ଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବୋଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। ଗୁରୁମା’ ରୀତାଞଳୀ ସାମନ୍ତରାୟ ଙ୍କ ସଂଗୀତ ନିର୍ଦେଶନାରେ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ସ୍ବାଗତ୍ ସଂଗୀତ ପରିବେଷଣ କରିଥିଲେ। କାଯ୍ୟକ୍ରମ ର ପ୍ରାରମ୍ଭ ରେ ସଭାପତି ଲକ୍ଷ୍ମଣ ବରାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନୀ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରୁଥିଲେ ଏବଂ ସମ୍ପାଦକ ପାଣ୍ଡବ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ବୀଣାପାଣି ବିଦ୍ୟାମନ୍ଦିର ତରଫରୁ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ଶିକ୍ଷାବିତ ମାଧବ ଚନ୍ଦ୍ର ବେହେରା, ସମାଜସେବୀ ରବିନ୍ଦ୍ର ନାଥ ପାଣ୍ଡେ ପ୍ରମୁଖଙ୍କୁ ବୀଣାପାଣି ସମ୍ମାନ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲି। ମଣିଷ ଗଢା କାରଖାନା ବୀଣାପାଣି ବିଦ୍ୟାମନ୍ଦିରର ବିନ୍ଧାଣୀ ତଥା ଆଦର୍ଶ ଶିକ୍ଷୟତ୍ରୀ ପମୋଦିନୀ ମହାପାତ୍ର, ଭାରତୀ ଦଗଦେବ, ନୀବେଦିତା ମହାପାତ୍ର , ବିନୋଦିନୀ ସାହୁ, ସୁନୀତା ସାହୁ, ରୀତାଞଳୀ ସାମନ୍ତରାୟ, ସଶ୍ମିତା ପାଇକରାୟ, ଝରଣା ବଳିଆରସିଂହ ଓ ଶିଶୁ ସେବିକା ଶାନ୍ତିଲତା ପ୍ରଧାନ ପ୍ରମୁଖ ଙ୍କୁ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସ୍ବାଇଁ ମାନପତ୍ର, ଉତ୍ତରୀୟ, ଫୁଲତୋଡା ଦେଇ ସମ୍ବନ୍ଧିତ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କ୍ରୁତୀ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ପୁରଷ୍କାର ବିତରଣ କାଯ୍ୟକ୍ରମକୁ ଗୁରୁମା’ ଭାରତୀ ଦଗଦେବ, ନୀବେଦିତା ମହାପାତ୍ର, ରୀତାଞଳୀ ସାମନ୍ତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ଶିକ୍ଷା ହେଉଛି ବିକାଶ ର ଚାବିକାଠି ଓ ଜୀବନର ମାନଦଣ୍ଡ । ଶିକ୍ଷା ବିନା ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ଯତ ଓ ସମାଜର ପ୍ରଗତି ଅସମ୍ଭବ ବୋଲି ମୁଖ୍ଯ ଅତିଥି ଶ୍ରୀ ସ୍ବାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗୁରୁମା’ ସୁନୀତା ସାହୁ ଓ ଝରଣା ବଳିଆରସିଂହ ପ୍ରମୁଖଙ୍କ ନ୍ରୁତ୍ୟ ନିର୍ଦେଶନାରେ ସମସ୍ତ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ ଧର୍ମୀ ସାସ୍କୃତିକ କାଯ୍ୟକ୍ରମ ମାନ ପରିବେଷଣ କରିଥିଲେ। ଏହାକୁ ବହୁ ଦର୍ଶକ, ଅଭିଭାବକ ଓ ଅଭିଭାବିକା ମାନେ ମନଭରି ଉପଭୋଗ କରିଥିଲେ। ପରିଶେଷରେ ଗୁରୁମା’ ଭାରତୀ ଜଗଦେବ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment