ଶିକ୍ଷକ ସଂଘ ମହାସଚିବ ନିର୍ବାଚିତ ହେଲେ କମଳାକାନ୍ତ ତ୍ରିପାଠୀ ।

ମାଲକାନଗିରି,ତା:୧୭/୧୧(ପିପିଟି):ଗତ ନଭେମ୍ବର ୧୪ ଓ ୧୫ ତାରିଖ ଦିନ,ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡରେସନର ନିର୍ବାଚନ ବିହାର ରାଜ୍ୟର ବୁଦ୍ଧଗୟା ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ନର୍ବାଚନରେ ୨୮ ଗୋଟି ରାଜ୍ୟର ଶିକ୍ଷକ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଉତ୍ତର ପ୍ରଦେଶର ରାମ୍ ପାଲ୍ ସିଂ ଅଖିଳ ଭାରତ ଶିକ୍ଷକ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଓଡିଶାରୁ କମଳା କାନ୍ତ ତ୍ରିପାଠୀ ସର୍ବ ସମତି କ୍ରମେ ନିର୍ଦ୍ୱନ୍ଦରେ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ମହାସଚିବ କମଳାକାନ୍ତ ତ୍ରିପାଠୀ ନିର୍ବାଚିତ ହେଲା ପରେ କହିଛନ୍ତି ଯେ ପୁରୁଣା ପେନସନ ସ୍କିମ , ସପ୍ତମ ବେତନ ଓ ସରକାରଙ୍କ ନୂତନ ଶିକ୍ଷା ନୀତି ପରି କାର୍ଯ୍ୟକ୍ରମଗୁଡିକୁ ହାତକୁ ନେବେ । ସର୍ବ ଭାରତୀୟ ସ୍ତରରେ ଶ୍ରୀ ତ୍ରିପାଠୀ ମହାସଚିବ ଭାବେ ନିର୍ବାଚିତ ହୋଇଥିବାରୁ ଏହା ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ବୋଲି ସଂଘ କହିଛି।ମାଲକାନଗିରି ପ୍ରାଥମିକ ଶିକ୍ଷକ ସଂଘ,ଖାରବେଳ ଶାଖାର ସଭାପତି ନୀଳକଣ୍ଠ ବେହେରା ଏହାକୁ ସ୍ୱାଗତ ଜଣେଇବା ସହ ଅଖିଳ ଭାରତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment