ଶିକ୍ଷକ ସଂଘ ତରଫରୁ ଦୁଇ ଦଫା ଦାବିପତ୍ର ପ୍ରଦାନ ।

ମାଲକାନଗିରି । ତା:୧୧/୦୩
ମାଲକାନଗିରି ଜିଲ୍ଲା ନୂତନ ପେନଶନ ଭୁକ୍ତ ଯୋଜନା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଂଘ, ମାଲକାନଗିରିର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜର ଦୁଇ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦୁଇ ଦଫା ଦାବି ହେଲା, ମୂଳ ଚାକିରୀରେ ୬ ବର୍ଷ ଯୋଗ ଓ ୬ ଟି ନେସନାଲ ଇଂକ୍ରିମେଣ୍ଟ ଏଵଂ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ କ୍ୟାଡର ରୁଲର ପୁନର୍ଗଠନ। ସଙ୍ଘର ଦାବି ଅନୁସାରେ ଯଦି ୧୩ ତରିଖ ସୁଦ୍ଧା କୌଣସି ପଦକ୍ଷେପ ନ ଗ୍ରହଣ ନକରନ୍ତି,ତେବେ ରାଜ୍ୟ ଶିକ୍ଷକ ସଂଘ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ମାଟ୍ରିକ ଖାତା ମୂଲ୍ୟାଙ୍କନ ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ଯାଙ୍କନକୁ ବର୍ଜନ କରିବେ ଏବଂ ସରକାରଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ପ୍ରତି ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଚାରକୁ ଅଭିଭାବକଙ୍କ ସହ ଆଲୋଚନା କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବୈମାତୃକ ନୀତିକୁ ଲୋକ ଲୋଚନକୁ ଆଣିବେ।ଏଥିପାଇଁ ସରକାର ହିଁ ଦାୟୀ ରହିବେ। ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ଶିବ ଶଙ୍କର ପରମନିକ, ସମ୍ପାଦକ ସନ୍ଦୀପ୍ତ କୁମାର ଦାସ, ସହ ସମ୍ପାଦକ ଚତୁର୍ଭୁଜ ଦାସ, ଉପ ସଭାପତି ସୁଧୀର ରଞ୍ଜନ ସିକଦାର , ମହେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ ବୁରୁଦା, ସଂଜୀବ କୁମାର ବୈଦ୍ୟ, ରଂଜିତ ବିଶ୍ୱାସ, କଳ୍ପତରୁ ଦାସ, ଶରତ ଚନ୍ଦ୍ର ଦାସ, ରଞ୍ଜନ କୁମାର ବେହେରା, ରତନ କୁମାର ଆଚାର୍ଯ୍ୟ, ବିଘ୍ନରାଜ ରେଡ୍ଡୀ, ପ୍ରମୋଦ କୁମାର ସାହୁ, ସୁକୁମାର ପଣ୍ଡା, କନିଷ୍ଠ ନାଗ, ବସନ୍ତ କୁମାର ପ୍ରଧାନଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment