ଶିକ୍ଷକଙ୍କୁ ତୁରନ୍ତ ରିଲିଭ ହୋଇ ନୂତନ ସ୍କୁଲରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ।

କୋଦଳା,୦୨/୧୨(ପିପିଟି): ଧନ୍ୟବାଦ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ,କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି କାୟମ ରଖି ଶୀଘ୍ର ନୂତନ ସ୍କୁଲରେ ଯୋଗଦେବା ସହିତ କାହିଁକି ହୋଇଥିବା ନିର୍ଦ୍ଦେଶନାମାକୁ ବେଖାତିର କରି ସରକାରଙ୍କ ନିର୍ଦ୍ଦେଶକୁ ନ ମାନି ଆଜି ପର୍ଯ୍ୟନ୍ତ କାହିଁକି ପୁରୁଣା ସ୍କୁଲ ଛାଡିନଥିଲେ ଆସନ୍ତା ୫ ତାରିଖ ସୁଦ୍ଧା ତାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ, ପତ୍ର ସଂଖ୍ୟା 24693 ତା 02/12/2025 ପ୍ରକାରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାର ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି । ପ୍ରକାଶ ଥାଉ କି ଏହି ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କ ବିଭିନ୍ନ ବିବାଦୀୟ ଅଭିଯୋଗ ପ୍ରକାରେ ଜିଲ୍ଲା ଶିକ୍ଷ୍ୟାଧିକାରୀ ବ୍ରହ୍ମପୁରଙ୍କ ଚିଠି ସଂଖ୍ୟା 19710 –06/10/2025 ପ୍ରକାରେ କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟକୁ ବଦଳି ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଏହାକୁ ସେ ଗ୍ରହଣ କରିବାକୁ ନାରାଜ ଥିଲେ,ଏହାର ପ୍ରଶ୍ନ ରେ ଆମ ପ୍ରତିନିଧିଙ୍କୁ ସେ କହିଥିଲେ ଯେ ବିଧାୟକ କହିଛନ୍ତି ତୁମ ଅର୍ଡର କେନସିଲ ହେବ ଆଉଗୋଟିଏ ଅର୍ଡର ଆସିବା ପର୍ଯ୍ୟନ୍ତ ଏଠାରେ ରୁହନ୍ତୁ ବୋଲି ଏବଂ ସିନିଅର ଶିକ୍ଷକଙ୍କୁ କାହିଁକି ଦାଇତ୍ୱ ପ୍ରଦାନ କରୁନାହାଁନ୍ତି ପ୍ରଶ୍ନରେ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ଉତ୍ତର ଦେଇ କହିଛନ୍ତି ଯେ ମୋର କିଛି କାମର ବକେୟା ଅର୍ଥ ସରକାରଙ୍କ ଉପରେ ରହିଛି ମୋତେ ମିଳିନାହିଁ,ବକେୟା ଅର୍ଥ ମିଳିଲେ ହିଁ ମୁଁ ଦାଇତ୍ୱ ହସ୍ତାନ୍ତର କରିବି । ବହୁ ପୁରାତନ ଏହି ନୋଡାଲ ହାଇସ୍କୁଲ ବହୁ ଅସୁବିଧାରେ ଗତି କରିବା ସହ ଶିକ୍ଷକ ଅଭାବ ସାଙ୍ଗକୁ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକ ନଥିବା ତା ସହିତ ହିନ୍ଦୀ ଶିକ୍ଷକ କୁମାରୀପାରି ସ୍କୁଲ ରୁ ଡେପୁଟେଶନ ହେଇଛି ଓ ସଂସ୍କୃତ ଶିକ୍ଷକ ମ୍ୟାଟରନିଟି ଲିଭ ରେ ଥିବା ଯୋଗୁଁ ସେହି ଜାଗାରେ ସ୍ୱର୍ଣ୍ଣମୟି ହାଇ ସ୍କୁଲ ରୁ ଆସୁଥିଲେ । ଏହି ଖବର ଆମ୍ଭ ଖବର କାଗଜ ରେ ପ୍ରକାଶିତ ହେବା ପରେ ଅଭିଯୋଗ ଜାଣିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ ଗୁରୁତ୍ୱ ଦେଇ ନିଜେ କହିଥିବା ନିର୍ଦ୍ଧିଷ୍ଟ ସମୟରେ ଦୁଇ ଶିକ୍ଷକଙ୍କୁ ନିଯୁକ୍ତି କରିଥିବା ବେଳେ, ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି,ଯାହାକୁ ନେଇ ଅଞ୍ଚଳ ବାସି ଖୁସିବ୍ୟକ୍ତ କରିଛନ୍ତି ତତ ସହିତ ଆଉ ଏକ ଅଭିଯୋଗ ମଧ୍ୟରେ ଏହି ବିଦ୍ୟାଳୟରେ ସେହିଦିନ ହିଁ ମଧ୍ୟାହ୍ନ ଭୋଜନ ପରିଚାଳନାରେ ଘୋର ଅନିୟମିତତା ଅଭିଯୋଗ ହୋଇଥିଲା। ସରକାରୀ ନିୟମ ଅନୁସାରେ ପ୍ରତି ସପ୍ତାହର ସୋମ,ବୁଧ ଓ ଶୁକ୍ରବାର ପିଲାମାନଙ୍କୁ ଅଣ୍ଡା ଦିଆଯିବାକୁ ନିୟମ ଥିବା ବେଳେ ବହୁ ସମୟରେ ଅଣ୍ଡା ଦିଆ ହେଉନଥିଲା । ଛାତ୍ର ଛାତ୍ରୀ ଏବଂ ଅଭିଭାବକଙ୍କ ଅଭିଯୋଗ ପରେ ମଧ୍ୟାନ୍ନ ଭୋଜନ ଟଙ୍କା ଠିକ ରେ ମିଳୁନଥିବାରୁ ପିଲାଙ୍କୁ ଅଣ୍ଡା ବାଣ୍ଟିବାରେ ଅସୁବିଧା ହେଉଛି ବୋଲି ସଫେଇ ଦେଇଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା । ଏହାକୁ ନେଇ ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ସହିତ ଯୋଗାଯୋଗ କରା ଯାଇଥିଲା ଏବଂ ସେ କହିଥିଲେ ଯେ ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି କିନ୍ତୁ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରିବେ ଆମ ପ୍ରତିନିଧିଙ୍କ ଫୋନ ଉଠାଇ କେତେବେଳେ ବ୍ୟସ୍ତ ଅଛି, କେତେବେଳେ ଛୁଟିରେ ଅଛି କହି ଫୋନ କାଟିଦେଉଛନ୍ତି । ଲାଗୁଥିଲା ସତେ ଯେପରି ଏହା ଜାଣତରେ ଏମିତି ଚାଲିଥିଲା ,ଦୟାକରି ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଏକ ଟିମ ଗଠନ କରି ବିଦ୍ୟାଳୟକୁ ଆସି ସମସ୍ତ ଅଭିଯୋଗକୁ ଅନୁଧ୍ୟାନ କରି ଉଚିତ ନିଷ୍ପତ୍ତି ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ସମେତ ଏନ୍ଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment