ଶାରୀରିକ ଓ ମାନସିକ ସୁସ୍ଥତା ସ୍ୱାସ୍ଥ୍ୟରକ୍ଷାର ଚାବିକାଠି।

ବୋଲଗଡ଼,୦୧/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ମଣ୍ଡଳ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ସମ୍ପାଦକ ଅଭିଷେକ ମହାନ୍ତିଙ୍କ ତତ୍ୱାବଧାନରେ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ, ମାଣିକାଗଡାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁଙ୍କ ପୌରୋହିତ୍ୟରେ ଅନିଷ୍ଠିତ ଉକ୍ତ କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ। ଏନସିସି ଶିକ୍ଷକ ସାମନ୍ତ
ମାଝିଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଙ୍କ ସମେତ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିବା ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରା, ସେବାନିବୃତ୍ତ ଦୁଇ କ୍ରୀଡା ଶିକ୍ଷକ ଜୟରାମ ଦାଶ ଓ ଗୋପାଳ ମହାନ୍ତି, ସମାଜସେବୀ ପ୍ରଦୋଷ ପଟ୍ଟନାୟକ, ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ୟକ୍ଷ ମହମ୍ମଦ ଆଜାଦ, ପରିଚାଳନା ପରିଷଦର ସଭ୍ୟ ମିର ମଂଶୁର ଅଲ୍ଲୀଙ୍କୁ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଡ୍ରମ ବାଦ୍ୟ ବଜାଇ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା ।ମୁଖ୍ୟମନ୍ତ୍ରୀ ପୁରସ୍କାର-୨୦୨୪ ପାଇବାକୁ ଥିବା କ୍ରୀଡା ଶିକ୍ଷକ ମାନସ କୁମାର ବେହେରାଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ଶିକ୍ଷକ ଅଂଶୁମାନ ଧଳ, ଦୈତାରି ଡିଗଲ, ଅକ୍ଷୟ ପ୍ରଧାନ, ସୌଦାମିନୀ ବେହେରା ହ୍ୟାଣ୍ଡବଲ, ଉମେଶ ସାହୁ, ପଦ୍ମ ବିଶୋଇ, ସୁଶାନ୍ତ ପାଇକରାୟ, ରୁଦ୍ର ନାରାୟଣ ଦାସ ବାସ୍କେଟ ବଲ, କାଇରା ନାୟକ, ପ୍ରିତମ ଦାସ, ମିହିର ଭୋଇ ଓ ପ୍ରଦୀପ ସେଠୀ ବ୍ୟାଡମିଣ୍ଟନ, ସବିତା ବାରିକ, ଦେବାଶିଷ ସାମଲ, ଭାଗବତ ପାଣ୍ଡେ. ରଜନୀକାନ୍ତ ପୃଷ୍ଟି,
ରମେଶ ପ୍ରଧାନ ଓ ଶର୍ମିଷ୍ଠା ମହାପାତ୍ର ଯୋଗାସନ ପ୍ରତିଯୋଗିତା ପରିଚାଳନା କରିଥିଲେ ।ଜିଲ୍ଲା ପ୍ରତିଯୋଗିତା ନିମିତ୍ତ ଚୟନ
ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment