ଶାରଦୀୟ ନବରାତ୍ରୀ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଭାବରେ ବିବେଚନା କରାଯାଇଥାଏ।

ବୋଲଗଡ଼,୨୩/୦୯(ପିପିଟି): ସନାତନ ଧର୍ମ ଅନୁସାରେ ନବରାତ୍ରୀ ଉତ୍ସବ ବହୁତମହତ୍ତ୍ୱ ରଖିଥାଏ। ଏହି ନବରାତ୍ରୀ ନଅ ଦିନଯାକ ମା ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ଏହି ଦିନ ମାନଙ୍କରେ ମା, ଙ୍କର ଭିନ୍ନ ଭିନ୍ନ ସ୍ୱରୂପରେ ପୂଜା କରାଯାଏ। ଯଥା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦ ମାତା, କାତାୟନୀ, କାଳରାତ୍ରୀ,ମହାଗୌରୀ ଓ ସିଦ୍ଧିଦାତ୍ରୀ ବା ନବଦୁର୍ଗା ରୁପେ ପୂଜା ପାଇଥାନ୍ତି। ଏବଂ ପୂରାଣ ଅନୁସାରେ ବିଭିନ୍ନ ସ୍ୱରୂପ ଅନୁସାରେ ଅନେକ କିମ୍ବଦନ୍ତୀ ବର୍ଣ୍ଣନା ହୋଇଛି। ଏହି ସମୟ ମଧ୍ୟରେ ଭକ୍ତମାନେ ମା, ଙ୍କର ଆଶୀର୍ବାଦ ପାଇବା ପାଇଁ ଏହି ନଅ ପ୍ରକାର ପୂଜା କରିଥାନ୍ତି।ବିଶ୍ୱାସ କରାଯାଏ ଯେ ଏହି ନଅ ଦିନରେ ଯିଏ ମା’ଦୁର୍ଗାଙ୍କୁ ପ୍ରକୃତ ହୃଦୟରେ ପୂଜା କରେ, ସେ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି।ଏହି ପର୍ବର ମହତ୍ତ୍ୱ ହେଉଛି ଯେ ମିଥ୍ୟା ଯେତେ ବଡ଼ ଏବଂ ପାପ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଶେଷରେ ବିଜୟ କେବଳ ସତ୍ୟର ହିଁ ହୋଇଥାଏ।

ନବରାତ୍ରୀ ପର୍ବ ପ୍ରତିବର୍ଷ ଦୁଇଥର ପାଳନ କରାଯାଏ। ଗୋଟିଏ ଚୈତ୍ର ନବରାତ୍ରି ଏବଂ ଅନ୍ୟଟି ଶାରଦୀୟ ନବରାତ୍ରୀ ଭାବରେ ଜଣାଶୁଣା। ଚୈତ୍ର ନବରାତ୍ରି ହିନ୍ଦୁ ବର୍ଷର ଆରମ୍ଭକୁ ଚିହ୍ନିତ କରେ ଏବଂ ଶାରଦୀୟ ନବରାତ୍ରୀ ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ସତ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment