ଭଞ୍ଜନଗର, ୨୧/୧୨(ପିପିଟି) : ବ୍ରହ୍ମାକୁମାରୀସ୍ ତରଫରୁ ଭଞ୍ଜନଗର ଉପସେବା କେନ୍ଦ୍ର ଶାନ୍ତିସ୍ରୋତ ଭବନରେ ଆଜି ବିଶ୍ବ ଧ୍ୟାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନରେ ଚିନ୍ତାଗ୍ରସ୍ତ ତଥା ବିଚଳିତ ହୋଇ ଯାଉଥିବା ମନୁଷ୍ୟ ମନରେ ଏକାଗ୍ରତା ବା ସ୍ଥିରତା ଆଣିବା ନିହାତି ଆବଶ୍ୟକ । ଏଥି ନିମନ୍ତେ ପ୍ରତିଦିନ ସହଜ ରାଜଯୋଗ ଓ ଧ୍ୟାନର ଅଭ୍ୟାସ ଜାରି ରଖିବା ଜରୁରୀ ବୋଲି କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଦେବୀ ଅଭିଭାଷଣ ପ୍ରଦାନ କରିଥିଲେ। ସମାଜସେବୀ ଶୂଳପାଣି ଶତପଥୀ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ଆଧ୍ୟାତ୍ମିକ ପ୍ରେମୀମାନେ ଉପସ୍ଥିତ ରହି ଧ୍ୟାନର ମହତ୍ତ୍ଵ ଉପଲବ୍ଧି କରି ଅଭ୍ୟାସରତ ହେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେଲେ ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)