ଭଞ୍ଜନଗର, ୧୮/୦୧(ପିପିଟି) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗରସ୍ଥ ଶାନ୍ତି ସ୍ରୋତ ଭବନ ଠାରେ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଥମେ ନିଜେ ପରିବର୍ତ୍ତନ ହେଲେ ବିଶ୍ବ ପରିବର୍ତ୍ତନ ହେବ ବୋଲି ଦୃଢେ଼ାକ୍ତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଲଡୁ କିଶୋର ମହାପାତ୍ର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ରୂପେ ଉକ୍ତ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଦେବୀ ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟା ବିଶ୍ବ ପରିବର୍ତ୍ତନର ଦୁଇଟି ସହାୟକ ସ୍ତମ୍ଭ ବୋଲି ଆଲୋଚନା କରିବା ସହିତ ନୀରବତା ଗୁଣର ସଦୁପଯୋଗ ବର୍ତ୍ତମାନ ସମାଜ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ସାମ୍ବାଦିକ ଲୋକନାଥ କର, ବିଶ୍ବମ୍ବର, ସମାଜସେବୀ ଶୂଳପାଣି ଶତପଥୀ,ଅନ୍ୟାନ୍ୟ କର୍ମଚାରୀ ସମେତ ୫୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)