ଶାନ୍ତିସ୍ରୋତ ଭବନରେ ୪୩ତମ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୦୯/୧୦(ପିପିଟି):ଭଞ୍ଜନଗର ସ୍ଥିତ ବ୍ରହ୍ମାକୁମାରୀସ୍ ଅନୁଷ୍ଠାନର ଶାନ୍ତି ସ୍ରୋତ ଭବନରେ ୪୩ତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବ ସହକାରେ ପାଳନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନେତା ଜଗବନ୍ଧୁ ଜେନା ଓ ସନ୍ତୋଷ କୁମାର ଜେନା, ସମାଜ ସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ।ପତାକା ଉତ୍ତୋଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟ ବକ୍ତା ରାଜଯୋଗିନୀ ସନ୍ତୋଷିନୀ ଦେବୀ ଅନୁଷ୍ଠାନର ଅଦ୍ୟାବଧି କାର୍ଯ୍ୟଧାରାର ସମସ୍ତ ବିବରଣୀ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ବ୍ରହ୍ମା କୁମାର ବୈକୁଣ୍ଠ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ଅଲିଭା, ଅନୀତା,ପ୍ରାପ୍ତି,ପିଙ୍କି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment