ଶାନ୍ତିସ୍ରୋତ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର  ।

ଭଞ୍ଜନଗର, ୨୫/୧୨(ପିପିଟି) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାନ୍ତି ସ୍ରୋତ ଭବନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ତରଫରୁ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଶେଷଜ୍ଞ ଡ. ହୃଷିକେଶ ରଥଙ୍କ ଉପସ୍ଥିତିରେ ୭୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ମାଗଣା ପରଳ ଅସ୍ତ୍ରୋପଚାର ନିମନ୍ତେ ୬ଜଣ ରୋଗୀଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି। ଚକ୍ଷୁ ସମସ୍ୟା ଜନିତ ବିଭିନ୍ନ ରୋଗର ପ୍ରତିକାରର ଆଉ ଏକ ମାଧ୍ୟମ ସହଜ ରାଜଯୋଗ ବୋଲି ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଦେବୀ ନିଜ ଅଭିଭାଷଣରେ ରଖିଥିଲେ। ରାଜଯୋଗ ମନରେ ଏକାଗ୍ରତା ଶକ୍ତିକୁ ବୃଦ୍ଧି କରିଥାଏ। ଯାହା ରୋଗକୁ ବିସ୍ତାର  କରିବାରେ ପ୍ରତିବନ୍ଧକ ହୋଇଥାଏ । ବ୍ରହ୍ମାକୁମାର ଅକ୍ଷୟଙ୍କ ସମେତ ଶାନ୍ତି ସ୍ରୋତ ଭବନର ଅନ୍ୟ ସଦସ୍ୟମାନେ ଏହି ଶିବିରରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment