ବ୍ରହ୍ମପୁର,୦୨/୦୩(ପିପିଟି); ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ନୂତନ ଏସପି ଭାବେ ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି ଶାନ୍ତନୁ ପାଢୀ । ପୂର୍ବରୁ ଶ୍ରୀ ପାଢୀ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଡିଏସପି କାର୍ଯ୍ଯ କରୁଥିବାବେଳେ ୨୦୧୮ ରେ ପଦୋନ୍ନତି ପାଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ ଅତିରିକ୍ତ ଏସପି ଭାବେ ଯୋଗ ଦେଇଥିଲେ । ଭିଜିଲାନ୍ସ ଏସପି ଥିବା ଅନୀଲ କୁମାର ପାତ୍ରଙ୍କୁ କଟକ ମୁଖ୍ଯାଳୟକୁ ଏଆଇଜି ଭାବେ ବଦଳି କରାଯାଇଛି । ଏହି ସ୍ଥାନରେ ଶ୍ରୀ ପାଢୀଙ୍କୁ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଦୁର୍ନୀତିକୁ ମୂଳପୋଛ କରିବା ଦିଗରେ ଉଦ୍ୟମ କରାଯିବ ବୋଲି ଏସପି ଶ୍ରୀ ପାଢୀ କହିଛନ୍ତି ।ଏଥିପାଇଁ ସେ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି । ଏସପି ଶ୍ରୀ ପାଢୀ ଜଣେ ଦକ୍ଷ ଓ ନିଷ୍ଠାପର ଅଧିକାରୀ ଭାବେ ପୂର୍ବରୁ ବେଶ ପରିଚିତ ।