ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଯାପିତ ।

ପୋଲସରା ୧୭/୦୧(ପିପିଟି)ପୋଲସରା ବ୍ଲକ ମଥୁରା ପଂଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ଗୁରୁବାର ମାରଦା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବ ର ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ତଥା ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟକ ଭାବେ ଯୋଗଦେଇ ମହୋତ୍ସବ କୁ ଉଦଘାଟନ କରିଥିଲେ । ଏହି ପରି ଲୋକାରଣ୍ୟ ଦେଖି ଖୁସି ଅନୁଭବ କରି ଏହା ଜଗନ୍ନାଥ କରୁଣାରୁ ହୋଇଛି ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଅତିଥିଭାବେ , ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ସମବାୟ ହସ୍ତତନ୍ତଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପ୍ରମୁଖ ଯୋଗ ଦେଇ ମାରଦା ପୀଠର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ମଳିକ ଓ ଆସିକା ସାଂସଦ ଶ୍ରୀମତୀ ପଟ୍ଟନାୟକ ଏହି ସଫଳତା ଅଞ୍ଚଳବାସୀ ଓ କମିଟିର ସଦସ୍ୟ ମାନଙ୍କ ସହ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହଯୋଗରେ ହୋଇଥିବା ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ମନ୍ତ୍ରୀ ସହଧର୍ମିଣୀ ସସ୍ମିତା ମଲିକ, ମହୋତ୍ସବ ର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା, ସମୀକ୍ଷକ ଦୀପକ ପ୍ରଧାନ ସମେତ ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ରଖିଥିଲେ । ମହୋତ୍ସବ ସମ୍ପାଦକ ଭବାନୀ ଶଙ୍କର ରଥଙ୍କ ଦ୍ବାରା ସମ୍ପାଦକିୟ ବିବରଣୀ ପଠନ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ଅଞ୍ଚଳର ବ୍ଯକ୍ତି ବିଶେଷଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଦେବାଶିଷ ସ୍ବାଇଁ ଓ ସୁପ୍ରଜିତ ସାହୁ ଭାସ୍ଯକାର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।ଅଞ୍ଚଳ ଓ ଅତିଥି କଳାକାର ସହ ମଣ୍ଟୁ ଛୁରିୟା ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ୧୦ ହଜାର ଦର୍ଶକ ଗୀତ ଓ ନାଚରେ ନାଚିଥିଲେ। ତିନି ଦିନ ଧରି ମାରଦା ମହୋତ୍ସବ ପଡ଼ିଆ ଆଲୋକରେ ସଜେଇ ହୋଇ ଅପରୂପ ଶୋଭା ପାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment