ଶତାୟୁ ବୃଦ୍ଧାଙ୍କ ଦେହାନ୍ତ; ଅଞ୍ଚଳରେ ଶୋକର ଛାୟା ।

ବେଲଗୁଣ୍ଠା,୧୩/୦୫(ପିପିଟି), ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ ଅଧିନସ୍ଥ ପ୍ରତାପ ଲକ୍ଷ୍ମଣପୁର ଶାସନ ନିବାସୀ ସତ୍ୟଭାମା ବ୍ରହ୍ମାଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ସୂଚନା ପ୍ରକାରେ ସ୍ଵର୍ଗତା ବ୍ରହ୍ମା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସତ୍ୟଭାମାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ସୁରେଶ୍ୱର , ବୋହୂ ପୂର୍ଣ୍ଣବାସୀ,ଝିଅ ବସନ୍ତ ମଞ୍ଜରୀ, ଓଷା ରାଣୀ, ରେଣୁକା ମଞ୍ଜରୀ, ପ୍ରଭାତୀ ମଞ୍ଜରୀ, ଜ୍ୱାଇଁ ଗୋପାଳ, ଜଗଦୀଶ, ମଳୟ, ବିଷ୍ଣୁପ୍ରସାଦ,ହେମନ୍ତ ଏବଂ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଵର୍ଗତା ବ୍ରହ୍ମାଙ୍କ ମର ଶରୀରକୁ କରୋନା ସଂକ୍ରମଣ ଭୟରେ ନିଜ ଗ୍ରାମକୁ ନ ଆଣି ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମାପନ କରାଯାଇଥିଲା । ସ୍ଵର୍ଗତା ସତ୍ୟଭାମା ଅଞ୍ଚଳରେ ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ଭାବରେ ବେଶ୍ ପରିଚିତ ଥିବା ବେଳେ ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment