ଶଙ୍କରା ବ୍ରଜବିହାରୀ ହାଇସ୍କୁଲରେ ରୁପାନ୍ତରିତ କାର୍ଯ୍ୟ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ।

ସୁବର୍ଣ୍ଣପୁର,୦୯/୧୧(ପିପିଟି): ସରକାରଙ୍କ ୫ଟି ରେ ନୁଆ କରି ସାମିଲ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ବ୍ରଜବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତରେ ଆସି ବୀରମହାରାଜପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୫ ଟି କାର୍ଯ୍ୟର ଶୁଭାରମ୍ଭ କରିବା ସହ ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଏସଏମସି ସଦସ୍ୟ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟର ଶ୍ରେଣୀଗୃହ ସମସ୍ୟା ଦୂର କରିବା ଦିଗରେ ନୂତନ କୋଠା ନିର୍ମାଣ ପାଇଁ ଗ୍ରାମବାସୀ ମନ୍ତ୍ରୀଙ୍କୁ ଅନୁରୋଧ କରିବାରୁ ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ । )

Comments (0)
Add Comment