କୋଦଳା,୨୩/୦୭(ପିପିଟି); ଶୁକ୍ରବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୁର୍ତ୍ତ ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମିତି ହେବାକୁ ଥିବା ବାଃହି ଚିକିତ୍ସା ବିଭାଗ ଗ୍ରୁହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୪୨ ଲକ୍ଷ ୯୦ ହଜାର ୮୧୭ ଟଙ୍କା ବ୍ୟୟ ରେ ଏହି ଗୃହ ନିର୍ମାଣ କରାଯିବ । ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ପାଦ ଆଗକୁଜିବା ସହ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ବେଶ ସାହାୟକ ହେବବୋଲି ବିଧାୟିକା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମେଡିକାଲ ଡାକ୍ତର ରାଜେନ୍ଦ୍ର ପ୍ରଧାନ , ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କାଶୀ ନାଥ ବେହେରା,ଠିକାଦାର ଚରଣ ନାୟକ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ, ପ୍ରକାଶ ଚନ୍ଦ୍ର ପାଣ୍ଡି , ମହେନ୍ଦ୍ର କୁମାର ଗୌଡ଼ ,ନରେନ୍ଦ୍ର ସାମଲଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)