ଲୋପ ହେବାକୁ ବସିଲାଣି ଜାନୁଘଣ୍ଟିଆ ପର୍ଶୁରାମ।

ବୋଲଗଡ଼,୦୯/୦୪(ପିପିଟି):ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁନାହାନ୍ତି ଜାନୁଘଣ୍ଟିଆ ପର୍ଶୁରାମ। ଜାନୁରେ ଘଣ୍ଟିବାନ୍ଧି ହାତରେ ଫାର୍ସା ଓ ଭିକ୍ଷାଥାଳ ଧରି ଗାଁ ଦାଣ୍ଡରେ ପର୍ଶୁରାମଙ୍କର ଗାଥା ଗାନ କରି ବୁଲି ଥାନ୍ତି। କିନ୍ତୁ କାହା ଦୁଆରକୁ ଭିକ୍ଷାପାଇଁ ଯାଆନ୍ତି ନାହିଁ। ମନ ଖୁସିରେ ଜିଏ ଯାହା ଦାନକରେ ସାଦରରେ ତାହାକୁ ସିଏ ଗ୍ରହଣ କରିଥାଏ ଜାନୁ ଘଣ୍ଟିଆ। ଜାନୁ ଘଣ୍ଟି ଆଉ ଘଣ୍ଟିଶବ୍ଦ ସହିତ ପର୍ଶୁରାମଙ୍କର ଗାଥା ଶୁଣି ଲୋକ ମାନେ ଦାଣ୍ଡକୁ ଆସି ମନଖୁସିରେ ଯିଏ ଯାହା ଦାନକରିଥାନ୍ତି। କିନ୍ତୁ ଧିରେ ଧିରେ ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment