ଲେମ୍ବୁ ଘାଇ ନିକଟରୁ ମିଳିଲା ଶବ।

ପୋଲସରା,୧୭/୦୬(ପିପିଟି): ପୋଲସରା ସହର ଠାରୁ ଏକ କିଲୋମିଟର ଦୁର ରାଣିପଡା ନିକଟସ୍ଥ ଲେମ୍ବୁ ଘାଇରେ ଭାସୁଥିବା ଗୋଟିଏ ଶବକୁ ଆଜି ପୋଲସରା ପୋଲିସ ଉଦ୍ଧାର କରିଛି। ଶବଟି ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆଁ ସାହି ବାସିନ୍ଦା ଏନ୍ ଦେବରାଜ ପାତ୍ର ଙ୍କ ବୋଲି ତାଙ୍କର ନିକଟ ସମ୍ପର୍କୀୟ ମାନେ ଚିହ୍ନଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେବରାଜ ଅବିବାହିତ ଥିଲେ। ତାଙ୍କର ନିଜର କେହି ନଥିବାରୁ ଏକାକୀ ରହୁଥିଲେ। ଦେବରାଜଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିଲା ବୋଲି ତାଙ୍କର ସମ୍ପର୍କୀୟ ମାନେ କହିଛନ୍ତି। ଦେବରାଜ ଗୁରୁବାର ଦିନ ଅପରାହ୍ନରେ ନିଖୋଜ ହୋଇଯାଇଥିଲେ। ସମ୍ପର୍କୀୟ ମାନେ ତାଙ୍କୁ ଖୋଜାଖୋଜି କରିବା ସମୟରେ ଆଜି ସକାଳ ୯ ଘଣ୍ଟା ସମୟରେ ଲେମ୍ବୁ ଘାଇ ନିକଟରେ ଗୋଟିଏ ଶବ ଭାସୁଥିବା ଖବର ପାଇଥିଲେ। ଘଟଣା ସ୍ଥଳରେ ପହଞ୍ଚିଲା ପରେ ଶବଟି ଦେବରାଜ ଙ୍କ ବୋଲି ଜଣା ପଡିଥିଲା।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment