ଲେମନ ଗ୍ରାସ ଫାର୍ମରେ ଅଗ୍ନିକାଣ୍ଡ ।

ଭଞ୍ଜନଗର,୧୧/୦୧(ପିପିଟି): ଭଞ୍ଜନଗର ଥାନା ଅଧୀନ ଦଦରଲୁଣ୍ଡା ଗ୍ରାମ ନିକଟରେ ରହିଥିବା ଏକ ଲେମନ ଗ୍ରାସ୍ ଫାର୍ମରେ ଅଗ୍ନିକାଣ୍ଡ ଘଟି ବହୁ ଶୁଖିଲା ଘାସ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ  ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ, ଉକ୍ତ ଫାର୍ମ ନିକଟରେ ଥିବା ଏକ ଅଳିଆ ଗଦାରେ ନିଆଁ ଲାଗିଥିବା ବେଳେ ସେଠାରୁ ନିଆଁ ଆସି ଫାର୍ମ ପରିସରରେ ଶୁଖାଯାଇଥିବା କଞ୍ଚାମାଲକୁ ନିଆଁ ଲାଗି ଯାଇଥିଲା। ଘାସ ଗୁଡ଼ିକ ଶୁଖିଲା ହୋଇଥିବାରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ଫାର୍ମ ମାଲିକ ଏହି ଅଗ୍ନିକାଣ୍ଡରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment