ଲେଖକୀୟ ଅନ୍ତଃଦୃଷ୍ଟି ହିଁ ମାନବୀୟ ସାହିତ୍ୟ ସୃଷ୍ଟି କରେ; ସାନଖେମୁଣ୍ଡି ସାହିତ୍ୟ ସଂସଦର ଅନ୍ତର୍ଜାତୀୟ ଆଭାଷୀ ଆସର ।

ସାନଖେମୁଣ୍ଡି,୩୦/୦୫(ପିପିଟି); ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ “ସାହିତ୍ୟରେ ମାନବାଧିକାର “ସମ୍ପର୍କିତ ଏକ ଅନ୍ତର୍ଜାତୀୟ ଆଭାଷୀ ସାହିତ୍ୟ ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦର ମୁଖ୍ୟ ସମ୍ପାଦକ ଡ଼ଃ. ପ୍ରଣବାନନ୍ଦ ପାଟ୍ଟଯୋଶୀଙ୍କ ଆବାହନରେ ରେ ଅନୁଷ୍ଠିତ ବିଶ୍ୱସ୍ଥରୀୟ ଆଲୋଚନାଚକ୍ର ରେ ସଭାପତି ରାମଚନ୍ଦ୍ରସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରୀଲଙ୍କାର ମାନବାଧିକାର ବିଶେଷଜ୍ଞ ସ୍ଥମ୍ଭକାର ଦୟାଦିଶାନାୟକେ ଉଦ୍ଦଘାଟନ କରିବାସହ ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟରେ ମାନବାଧିକାର ଗତିବିଧି ସମ୍ପର୍କରେ ଆଲୋକପାତ କରିବାସହ ଅତୀତରେ ଶ୍ରୀଲଙ୍କାରେ ଏଲଟିଟିଇ ଗରିଲା ମାନଙ୍କ ଦ୍ୱାରା ଏକ ଶାନ୍ତିପ୍ରିୟ ଦେଶ ରେ ଘଟିଥିବା ଗଣହତ୍ୟା ଓ ତାଙ୍କଦ୍ୱାରା ରଚିତ ଦା ବାଷ୍ଟାର୍ଡ ଗଡ଼େଶେଷ ପୁସ୍ତକରେ କିଭଳି ଭାବେ ମାନବବାଦର କଥା କୁହାଯାଇଛି ତାହାକୁ ସେ ବର୍ଣ୍ଣନା କରିବା ସହ ମାନବାଧିକାର ସୁରକ୍ଷା ଓ ଏହାର ଉଲ୍ଲଂଘନ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ । ମୁଖ୍ୟ ବକ୍ତାଭାବେ କାଠମାଣ୍ଡୁ ନେପାଳସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ର ପ୍ରଫେସର କେଶବ ସିଂଦେଲ ଯୋଗଦେଇ ନେପାଳୀ ସାହିତ୍ୟ ଓ ଇଁରାଜୀ ସାହିତ୍ୟ ମଧ୍ୟରେ ମାନବବାଦର ଏକ ତୁଳନାତ୍ମକ ବିଶ୍ଳେଷଣ ସହ ମାନବାଧିକାରର ସୁରକ୍ଷାରେ ସାହିତ୍ୟ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ପଶ୍ଚିମବଙ୍ଗ କ୍ଲଉନି ମହିଳା କଲେଜର ପ୍ରଫେସର ବୋଧି ସତ୍ତ୍ୱ ଖାନ ଯୋଗଦେଇ ସତ୍ୟଜିତ ରାୟଙ୍କ ସଦଗତି ସିନେମା, ବିଜୟ ତେନ୍ଦୁଲକରଙ୍କ ନାଟକ କମଲ, ମହାଶ୍ଵେତା ଦେବୀଙ୍କ କ୍ଷୁଦ୍ର ଗଳ୍ପ ଦ୍ରୌପଦୀ, ଉତ୍ପଳ ଦତ୍ତଙ୍କ ନାଟକ ଅଙ୍ଗାରରେ ମାନବୀୟ ଆଲୋଡନ ସମ୍ପର୍କିତ ତୁଳନାତ୍ମକ ବିଶ୍ଲେଷଣ କରିଥିଲେ । ଅନ୍ୟତମ ବକ୍ତା ହିମାଚଳପ୍ରଦେଶ ରାଜୀବଗାନ୍ଧୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଇଁରାଜୀ ବିଭାଗ ମୁଖ୍ୟ ପ୍ରଫେସରଡ଼ଃ କୃଷ୍ଣଚନ୍ଦ୍ର ମିଶ୍ର ଯୋଗଦେଇ ଓଡ଼ିଆ ସାହିତ୍ୟର ଅନୁବାଦ ହେଲେ ତାହା ବିଶ୍ୱସ୍ଥରରେ ଆଦୃତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଇଂଲଣ୍ଡ ୱେସେକ୍ସ ବିଶ୍ୱବିଦ୍ୟାଳୟ ଗବେଷିକା ନୁରଜାହିରା, ପଶ୍ଚିମବଙ୍ଗ ଗବେଷକ ରବି ମିସ୍ତ୍ରୀ, କୌଶିକ ରାୟ, ଆନ୍ଧ୍ରପ୍ରଦେଶରୁ ଅର୍ଜୁନ ଗୁଇଁ ,ଝାଡ଼ଖଣ୍ଡରୁ ଜୟା ମିଞ୍ଜ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଁରାଜୀ ବିଭାଗ ମୁଖ୍ୟ ଡ଼ଃ ଶୃତି ଦାଶ, ଏସଏମଆଇଟି ରୁରାଲ ମେନେଜମେଣ୍ଟ ମୁଖ୍ୟ ଡ଼ଃ ମଞ୍ଜୁପ୍ରଭା ଦାଶ ,ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ଡ଼ଃ ଗାୟତ୍ରୀ ସାହୁ ପ୍ରମୁଖ ଯୋଗଦେଇ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସମ୍ପାଦକ ଶିବରାମ ସାବତ, କବି ସୁଜାତା ସାହାଣୀ ମାନବଧର୍ମୀ କବିତା ଆବୃତ୍ତି କରିଥିବାବେଳେ ଉପସଭାପତି ବିନାୟକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment