ଲୁଗା ବ୍ୟବସାୟଙ୍କ ଠାରୁ ଲୁଟ ଘଟଣାରେ ୩ଗିରଫ; ୩ବାଇକ ଓ ୨ମୋବାଇଲ ଜବତ ।

ଭଞ୍ଜନଗର, ୩୧/୧୨(ପିପିଟି) : ଭଞ୍ଜନଗର ଥାନା ଇଲାକାରେ ଗତ ୨୯ ଦିନ ଉତ୍ତର ପ୍ରଦେଶ ମୁରଦାବାଦର ଜଣେ ବୁଲା ବ୍ୟବସାୟୀ ସମୀର ହୁସେନ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଯାଉଥିଲେ। ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଗ୍ରାମ ଆଡ଼କୁ ଯାଉଥିବା ବେଳେ ବାଉଁଶକଟା ଜଙ୍ଗଲ ରାସ୍ତା ନିକଟରେ ହଠାତ୍ ୫ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ମୁଥ ଗୋଇଠା ମାରିବା ସହ ତା ଠାରୁ ମୋବାଇଲ ଏବଂ ୬ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ପଳାଇଥିଲେ। ଏହି ସମୟରେ ସମୀର ହୁସେନ ପାଟି କରି ସେମାନଙ୍କ ପିଛା କରିଥିଲେ। ତାର ଚିତ୍କାର ଶୁଣି ସେହି ଗ୍ରାମର ଲୋକମାନେ ସେଥି ମଧ୍ୟରୁ ୩ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବାଇକରେ ଦ୍ରୁତଗତିରେ ଯିବା ସମୟରେ ରାସ୍ତାରେ ଏକ ହମ୍ପସ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ି ଯାଇଥିଲି। ସେଠାରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସମୀର ହୁସେନର ଲିଖିତ ଅଭିଯୋଗରେ ଭଞ୍ଜନଗର ଥାନା କେସ ନମ୍ବର ୧୨୬୨/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନେ ବିଞ୍ଜଗିରି ଗ୍ରାମର ସମୀର ନାୟକ(୨୨), ଶମ୍ଭୁ ନାୟକ (୨୦) ଏବଂ ବିଷ୍ଣୁ ନାୟକ (୨୭)ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ୩ଟି ମଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment