ଲିଙ୍ଗରାଜ ମିଶ୍ର ହେଲେ ମାଲକାନଗିରି କଲେଜର ପ୍ରିନ୍ସିପାଲ ।

ମାଲକାନଗିରି,୦୨/୦୫(ପିପିଟି): ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ଯା ୧୭୬୫୪ ତା:୨୮.୪.୨୦୨୩ ଅନୁସାରେ ମାଲକାନଗିରି କଲେଜର ପ୍ରିନ୍ସିପାଲ ଭାବେ ଲିଙ୍ଗରାଜ ମିଶ୍ରଙ୍କୁ ନିଯୁକ୍ତି ଦିଆ ଯାଇଛି । ଶ୍ରୀ ମିଶ୍ର ମାଲକାନଗିରି କଲେଜ ପରିଚାଳନା ସଭାପତି ଡ. ଉଦୟନାଥ ଖରାଙ୍କ ଉପସ୍ଥିତିରେ ଗତ କାଲି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଅଧ୍ଯାପକ ଅଶୋକ କୁମାର ଷଡଙ୍ଗୀ ଭାରପ୍ରାପ୍ତ ମାଲକାନଗିରି କଲେଜର ପ୍ରିନ୍ସପାଲ ଥିଲେ ।ବର୍ତ୍ତମାନ ବରିଷ୍ଠା ଭିତରେ ଅଧ୍ଯାପକ ଲିଙ୍ଗରାଜ ମିଶ୍ର କଲେଜର ପ୍ରିନ୍ସପାଲ ପଦବୀରେ ନିଯୁକ୍ତ ହେବା ସହ ପରିଚାଳନା କମିଟିର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିବେ । ଏହି ପରିପ୍ରକ୍ଷୀରେ
ନବ ନିଯୁକ୍ତ ପ୍ରିନ୍ସିପାଲ ମିଶ୍ରଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment