ପଦ୍ମପୁର,(ପିପିଟି)୧୪/୦୬,ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସ୍ଥାନୀୟ ସାଇ ମଲ୍ଟି ସିଟି ହସ୍ପିଟାଲ ଠାରେ ଏକ ରକ୍ତ ଦାନ ଶିବିର ଆୟଜିତ ହୋଇଥିଲା। ଏଠାରେ ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କରୋନାର ବିଭୀଷିକା ସମୟରେ ଏଭଳି ରକ୍ତଦାନ ଶିବିର ଆୟୋଜନ ଦ୍ଵାରା ରକ୍ତ ବୁନ୍ଦକ ପାଇଁ ଜୀବନ ହାରୁଥିବା ବହୁ ଲୋକ ଉପକୃତ ହୋଇପାରିବେ। ଆଜିର ଏହି ଆୟୋଜନରେ ଅନ୍ୟ ମାନଙ୍କ ମଧ୍ୟରେ ଲାୟନ୍ସ କ୍ଲବର ଚେୟାରମେନ ଦାସାରି ମୁରଲୀ କ୍ରିଷ୍ଣା, ନିର୍ବାଚିତ ସଭାନେତ୍ରୀ ଜୟା ବେହେରା, ସମ୍ପାଦକ ସୁଶାନ୍ତ ତ୍ରିପାଠୀ, ପୋଜେକ୍ଟ୍ ଚେୟାରମେନ ମନୋଜ ମହାପାତ୍ର, ଡ. ପ୍ରବୀଣ ଅଗ୍ରୱାଲ, ନବୀନ ଲାଠ୍,ଆନନ୍ଦ ଅଗ୍ରୱାଲ, ମୌସୁମୀ ନକୁଲା, ଅମରଜିତ୍ ସିଂହ ପ୍ରମୁଖ ଉପସ୍ଥିତି ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସାଇ ମଲ୍ଟି ସିଟି ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।