ଲାଲସିଙ୍ଗିର କୁନି ପ୍ରଚାରକ ଅନିତେଜ; ବାପାଙ୍କ ପାଇଁ ଭୋଟ ଭିକ୍ଷା ।

ଭଞ୍ଜନଗର,୨୧/୦୨(ପିପିଟି): ଭଞ୍ଜନଗର ବ୍ଲକ ଲାଲସିଙ୍ଗି ପଞ୍ଚାୟତରେ ଆସନ୍ତା ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। କ୍ଷମତା ହାସଲ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦିତା। ବିଜେଡ଼ି ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ଲାଲସିଙ୍ଗି ପଞ୍ଚାୟତର ଲଣ୍ଡେଇ ସାହି, ରାଜକୁଣ୍ଡୁ,ଛେଦାଭୂମି ଓ ଲାଲସିଙ୍ଗି ଗ୍ରାମ ବୁଲି ପ୍ରଚାର କରିଛନ୍ତି। ସେହିପରି ଏହି ପ୍ରଚାରରେ ନିଜକୁ ସାମିଲ କରିଛନ୍ତି ଜଣେ ୭ବର୍ଷର ବାଳକ ଅନିତେଜ ସାହୁ।ଲାଲସିଙ୍ଗି ପଞ୍ଚାୟତର ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଶିବରାମ ସାହୁଙ୍କ ପୁତ୍ର ହେଉଛନ୍ତି ଅନିତେଜ।ପ୍ରଚାର ଆରମ୍ଭ ହେବା ଦିନ ଠାରୁ ଅନିତେଜ ବାପାଙ୍କ ସହ ମିଶି ବିଭିନ୍ନ ଗ୍ରାମ ବୁଲି ଲାଲସିଙ୍ଗି ପଞ୍ଚାୟତର ଉନ୍ନତି ପାଇଁ ମାଛ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏଥିସହ ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀଙ୍କୁ ପଦ୍ମଫୁଲ ଓ ସମିତି ସଭ୍ୟା ପ୍ରାର୍ଥୀ ରାଜଲଷ୍ମୀ ପ୍ରଧାନଙ୍କୁ ବସ ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଛନ୍ତି। ଅନିତେଜଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ବେଶ ଆକର୍ଷିତ କରୁଥିବା ଦେଖାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment