ଲାଲସିଂ 5t ସ୍କୁଲ ବୁଲି ଦେଖିଲେ ବିଡ଼ିଓ ।

ଭଞ୍ଜନଗର,୨୪/୦୩(ପିପିଟି):ଭଞ୍ଜନଗର ବ୍ଲକ ଓ ଏନ୍ଏସି ରେ ୬ଟି ଉଚ୍ଚ ବିଦ୍ୟାଳୟର ରୂପନ୍ତରିକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି। କିଭଳି ଛାତ୍ରଛାତ୍ରୀମାନେ ଉନ୍ନତ ମାନର ଶିକ୍ଷା ଗ୍ରହଣ କରି ସଫଳତା ହାସଲ କରିବା ସହ ଖେଳ କୁଦରେ ମଧ୍ୟ ସେମାନେ ପାରଦର୍ଶିତା ହାସଲ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଭଞ୍ଜନଗର ବ୍ଲକର ୫ଟି ସ୍କୁଲ ମଧ୍ୟରେ ଲାଲସିଂ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟ,ବୁଦୁଲି, ରାଇ ପଲି, ବଦାଙ୍ଗୀ ଓ ଇନ୍ଦ୍ରଗଡ଼ ହାଇସ୍କୁଲ ଓ ଏନଏସିର ଶ୍ରୀ ବତ୍ସ ହାଇସ୍କୁଲ ରହିଛି। ଲାଲସିଂ ସ୍କୁଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଆଜି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର,ଏବିଡ଼ିଓ ଭୀମସେନ ବାରିକ, ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ,ପି.ଓ ଜ୍ଞାନେଶ୍ୱର ବେହେରା, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଓ ଅନ୍ୟମାନେ ଆସି ସ୍ଥିତି ଅନୁଧ୍ୟାନ କରି ଉଚିତ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଲାଲସିଂ ସରପଞ୍ଚ ଶିବରାମ ସାହୁ,ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଅନୀଲ କୁମାର ରାଉତ,ସମାଜସେବୀ ବିଷ୍ଣୁ ଚରଣ ପ୍ରଧାନ,ଅନୁପମ ବାନାର୍ଜୀ,କୃତ୍ତିବାସ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିସହ ଲାଲସିଂ ପଞ୍ଚାୟତ ଗୃହର ରୂପନ୍ତରିକରଣ କାର୍ଯ୍ୟ ମଧ୍ୟ ବିଡ଼ିଓ ଶ୍ରୀ ମହାପାତ୍ର ଓ ଅନ୍ୟମାନେ ବୁଲି ଦେଖିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment