ଲାଲଗଡ ଗୌତମୀ ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପାର୍ଥୀଙ୍କ ପ୍ରଚାର ।

ସାନଖେମୁଣ୍ଡି,୦୧/୦୨(ପିପିଟି): ଆଜି ଗୌତମୀ ଗ୍ରାମପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଞ୍ଚ ପାର୍ଥିନୀ ଏ.ଜୟନ୍ତୀ ପାତ୍ର ଏବଂ ସମିତିସଭ୍ୟ ପାର୍ଥିନୀ ଉଷା ବେହେରା ନିଜର ସମର୍ଥକ ମାନଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଲୋକ ମାନଙ୍କୁ ଉଚିତ ନ୍ୟାୟ , ନାରୀ ମାନଙ୍କୁ ସମ୍ମାନ , ଗ୍ରାମର ଉନ୍ନତି , ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ,ଘର ଘରକୁ ପାଣି , ଶିକ୍ଷା କ୍ଷେତ୍ରରେ ଉନ୍ନତି, ନୂତନ ରାସ୍ତା ଘାଟ ନିର୍ମାଣ , ପୋଖରୀ ସୌନ୍ଦର୍ଯ୍ୟ କରଣ, ନାରୀ ସଶକ୍ତିକରଣ,ଗୌତମୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୁପେ ଗଢିତୋଳିବାର ପ୍ରତିଶ୍ମୃତି ଦେଇଛନ୍ତି ସରପଞ୍ଚ ପାର୍ଥିନି ଏ.ଜୟନ୍ତୀ ପାତ୍ର । ପୂର୍ବତନ ସମିତିସଭ୍ୟ ଏ.ଜଗନ୍ନାଥ ପାତ୍ର ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକରି ପ୍ରଶଂସାର ପାତ୍ର ହୋଇଥିଲେ । ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ନିଜର ଧର୍ମପତ୍ନୀ ଏ.ଜୟନ୍ତୀ ପାତ୍ରଙ୍କୁ ସରପଞ୍ଚ ପାର୍ଥିନି ରୂପେ ଛିଡ଼ା କରିଛନ୍ତି । ସେହିପରି ସାମ ବେହେରା ଯିଏ କି ବିନା ପ୍ରତିଦ୍ବନ୍ଦିରେ ଦୀର୍ଘ ୪୦ ବର୍ଷ ଗ୍ରାମକୁ ଶାସନ କରିଥିଲେ ଆଜି ତାଙ୍କ ନୀତି ଆଦର୍ଶକୁ ଅନୁପ୍ରାଣିତ କରି ତାଙ୍କରି ନାତୁଣୀ ବୋହୁ ସମିତିସଭ୍ୟ ପାର୍ଥିନି ଉଷା ବେହେରା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ଧାରାକୁ ଆଗକୁ ବଢ଼ାଇବାର ପ୍ରତିସ୍ମୃତି ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment