ଲାଞ୍ଚ ନେଇ ବୁଗୁଡା ଏନ୍ଏସି ଯନ୍ତ୍ରୀ ସାଗରିକା ମହାନ୍ତି ଭିଜିଲାନ୍ସ ଜାଲରେ।

ବ୍ରହ୍ମପୁର,୦୨/୧୧: କୋଠାର ଅନୁମୋଦନ ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଯନ୍ତ୍ରୀ ଜଣକ ହେଲେ ସାଗରିକା ମହାନ୍ତି। ଏକ କୋଠାର ଅନୁମୋଦନ ପାଇଁ ଶ୍ରୀମତୀ ମହାନ୍ତି ଲାଞ୍ଚ ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ପରେ ଶ୍ରୀମତୀ ମହାନ୍ତିଙ୍କ ଠାରୁ ଭିଜିଲାନ୍ସ ଟିମ୍‌ ୪୦୦୦ ଟଙ୍କା ଜବତ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ ନମ୍ବର ୨୧, ତା-୦୧/୧୧/୨୦୨୩ ଅନୁଯାଇ ମାମଲା ରୁଜ୍ଜୁ ହୋଇଛି । ଏହି ଘଟଣା ପରେ ଭିଜିଲାନ୍ସ ଟିମ୍‌ ଶ୍ରୀମତୀ ମହାନ୍ତିଙ୍କ ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Comments (0)
Add Comment