ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୁର୍ନୀତି ନିରାକରଣ ସଚେତନତା ଶୋଭାଯାତ୍ରା ।

କୋଦଳା,୦୧/୧୧(ପିପିଟି): ଶନିବାର ଦିବା ୧୧ ଘଣ୍ଟ ୩୦ ମିନଟ୍ ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସମେତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କରେ ମହାବିଦ୍ୟାଳୟ ପରିସର ଠାରୁ ନିକଟସ୍ଥ କାକୁଡ଼ିଆପଡା ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପିକା ରଂଜୁବାଳା ନନ୍ଦ ପରିଚାଳନା କରିଥିବା ବେଳେ ଯୁବ ରେଡ଼କ୍ରସ ସଂଯୋଜକ ରତ୍ନାକର ପ୍ରଧାନ,ଆମ ଗୌରବ ଆମ କଲେଜର ସଂଯୋଜକ ଭବାନୀ ଶଙ୍କର ଆଚାର୍ଯ୍ୟ,ତପସ୍ୱିନୀ କରଣ,ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ, ସୁଶ୍ରୀ ମନୀଷା ପଟନାୟକ,ଡ଼କ୍ଟର ଜ୍ୟୋସ୍ନାରାଣୀ ସାହୁ,ଗୃହଲକ୍ଷ୍ମୀ ସାହୁ ଆଦି ଅଧ୍ୟାପିକା ଏବଂ ଲିପୁନ ମାଝୀ, କେଶବ ଚନ୍ଦ୍ର ପାଳ,କାହ୍ନୁ ଚରଣ ପାଳ ଏବଂ ସପନ କୁମାର ଦାଶ ଇତ୍ୟାଦି ଅଧ୍ୟାପକ ଉକ୍ତ ପଦଯାତ୍ରାରେ ନିଜକୁ ସାମିଲ କରାଇ ଦୁର୍ନୀତି ନିବାରଣର ମନ୍ତ୍ର ଉଚ୍ଚାରଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment