ଲଣ୍ଡେଇ ସାହି ଚୋରି ଘଟଣାରରେ ଜଣେ ମହିଳା ଗିରଫ ।

ଭଞ୍ଜନଗର, ୦୯/୦୩(ପିପିଟି):ଭଂଜନଗର ସହରର ଲଣ୍ଡେଇ ସାହିର ପ୍ରଭାସିନି ତ୍ରୀପାଠିଙ୍କ ଘରୁ କିଛି ସୁନା ଅଳଙ୍କାର ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଗତ ମାସ ଦୁଇ ତାରିଖ ଦିନ ଥାନାରେ ପ୍ରବାସିନି ତ୍ରୀପାଠି ନିଜେ ଲିଖିତ ଅଭିଯୋଗ କରିଥିଲେ । ତେବେ ପ୍ରଭାସିନୀଙ୍କ ଘର କଥା ବୁଝୁଥିବା ଲିଲି ପ୍ରଧାନଙ୍କ ଉପରେ ସନ୍ଦେହ ପ୍ରକଟ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଭଂଜନଗର ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରିଥିଲା । ତେବେ କୌଣସି ସୁତ୍ରରୁ ଖବର ପାଇ ଲିଲି ପ୍ରଧାନକୁ ପୋଲିସ ଧରିବା ସହ ଥାନାକୁ ଅ।ଣି ପଚରା ଉଚରା ପରେ ସବୁକଥା ମାନି ଯାଇଥିଲା । ତା ପାଖରୁ ଚୋରି ହୋଇଥିବା ସମସ୍ତ ସୁନା ଅଳଙ୍କାର ଅର୍ଥାତ ଚେନ କାନଫୁଲ ଓ ମୁଦିକୁ ପୋଲିସ ଜବତ କରିବା ସହ ଏହାର ମାଲିକାନା ପ୍ରଭାସିନି ତ୍ରୀପାଠିଙ୍କୁ ହସ୍ତାନ୍ତର କରିଥିଲା । ତେବେ ଏହି ଅଭିଯୋଗ ପରେ ପୋଲିସର ଉଚିତ ତଦନ୍ତ କାରଣରୁ ଚୋରି ଯାଇଥିବା ସୂଚନା ଅଳଙ୍କାରକୁ ପ୍ରବାସିନି ତ୍ରୀପାଠି ଫେରି ପାଇଥିବା ହେତୁ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଲିଲି ପ୍ରଧାନକୁ ୧୨୨/୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment