ଲଣ୍ଡେଇ ସାହିର ଜଣେ ବ୍ୟାଙ୍କ କର୍ମଚାରୀ ପଜିଟିଭ ।

ଭଞ୍ଜନଗର,ତା-୨୭/୦୬(ପିପିଟି); କରୋନା କବଳରେ ଏବେ ରହିଛି ସାରା ଭଞ୍ଜନଗର।ଗତ କିଛି ଦିନ ହେବ ଉଭୟ ବ୍ଲକ ଓ ଏନ.ଏ.ସି ରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଯାହାକୁ ନେଇ ପ୍ରଶାସନ ଓ ଜନସାଧାରଣ ଏବେ ଚିନ୍ତାରେ।ଭଞ୍ଜନଗର ଏନ.ଏ.ସି ର ୨ଟି ୱାର୍ଡ ରୁ ୫ଜଣ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ଉକ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ସେହିପରି ଏହି ବ୍ଲକ ଅନ୍ତର୍ଗତ ଲାଲସିଙ୍ଗ ପଞ୍ଚାୟତର ଲଣ୍ଡେଇ ସାହିର ଜଣେ ବ୍ୟାଙ୍କ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ଼ କେୟାର ସେଣ୍ଟରକୁ ପଠାଯାଇଛି।ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ବି.ଡ଼ି.ଓ ଅନୀଲ କୁମାର ସେଠୀ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment