ଲଘୁଚାପ ଜନିତ ବର୍ଷାରେ ଫସଲ କ୍ଷତି ପୂରଣ ପ୍ରଦାନ ସମ୍ପର୍କେ କିଷାନ କଂଗ୍ରେସର ଦାବି ।

ହିଞ୍ଜିଳିକାଟୁ,୨୧/୧୧(ପିପିଟି); ଚଳିତ ବର୍ଷ ବର୍ଷାର ଅଭାବରେ ଧାନ ଚାଷ ବିଳମ୍ବରେ ରୁଆ ବେଉସା ହୋଇଥିଲା । ତଳି ମରୁଡ଼ି ହେବା ଯୋଗୁଁ ଚାଷୀ ତଳି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛ ଉଦ୍ୟମ କରି ବହୁତ ଖର୍ଚ୍ଚାନ୍ତ ହୋଇ ଧାନ ରୁଆ ବେଉସା କରିଥିଲେ । ଚଳିତ ମାସ ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଲଗାଣ ବର୍ଷାରେ ପାଚିଲା ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଭାବେ କ୍ଷତି ହୋଇଥିବା କୁହାଯାଉଛି । ଯେଉଁ ପାଚିଲା ଧାନ କଟାଯାଇଛି ଧାନ ବିଲ ରେ ହିଁ ଗଜା ହୋଇଛି । ବଡ ଦୁଃଖର କଥା ସରକାର ଆଜି ସୁଦ୍ଧା ଚାଷୀର କ୍ଷୟ କ୍ଷତି ଆକଳନ କରିନାହାନ୍ତି । ଗୁଡ଼ାଏ ଅଞ୍ଚଳରେ ଧାନ ଗର୍ଭ ଅବସ୍ଥାରେ ଥିବାବେଳେ ତାହା ନଷ୍ଟ ହୋଇଯାଇଛି । ଯାହା ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି । ପ୍ରତି ପଞ୍ଚାୟତକୁ ଗୋଟିଏ ୟୁନିଟ ଭାବେ ଗ୍ରହଣ କରି କ୍ଷୟକ୍ଷତି ଆକଳନ କରାଯାଉ,ପାଣି ମାଡିଯାଇଥିବା ଧାନ ଓ ଗଛରେ ଥିବା ଧାନର ଏଫ.ଏ. କ୍ୟୁ ମାନ ନେ଼ଇ ଧାନ କ୍ରୟ କରାଯାଉ ବୋଲି କଂଗ୍ରେସ ଦଳ ତରଫରୁ ଦାବୀ କରାଯାଇଛି ।
ଚଳିତ ବର୍ଷ ବହୁ ବିଳମ୍ବରେ ଧାନ ରୁଆ ବେଉସା କରାଯାଇଛି । ଡ଼ିସେମ୍ବର ମାସ ସୁଦ୍ଧା ଧାନ କଟା ସାରିବା କଥା। ଲଘୁଚାପ ଜନିତ ବର୍ଷା ହେବା ଯୋଗୁଁ ଆଜି ସୁଦ୍ଧା ଧାନ ଅମଳ ହୋଇପାରିନାହିଁ । ସରକାର ମୋର ପ୍ରୋକୁମେଣ୍ଟ( ମଣ୍ଡି) ନେବାକୁ ଚାଷି ପଞ୍ଜିକୃତ କରିଛନ୍ତି । ତାହାର ଯେଉଁ ସମୟ ସିମା ନିର୍ଦ୍ଧାରଣ କରିଛନ୍ତି ତାକୁ ଆଉ ଏକ ମାସ ବଢାଯାଉ , ଚାଷୀର ଖରିଫ ଋଣ ଛାଡ କରାଯାଉ ,ରବି ଋତୁରେ ଶୀଘ୍ର ଋଣ ପ୍ରଦାନ କରାଯାଉ ବୋଲି ପ୍ରଦେଶ କିଷାନ କଂଗ୍ରେସ ତରଫରୁ ସମ୍ପାଦକ ପଦ୍ମଚରଣ ସାହୁ ସରକାରଙ୍କ ନିକଟରେ ଲେଖିତ ଅଭିଯୋଗ କରିଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment