ବେଗୁନିଆପଡା,୨୫/୦୯(ପିପିଟି):ଜିଲ୍ଲାରେ ବର୍ଷା କମି ଯାଇଛି ସତ କିନ୍ତୁ ଚାଷୀଙ୍କ ଦୁଃଖ ବଢି ଯାଇଥିବା ବେଳେ ବ୍ଲକ ଓ ଏନଏସି ର ବିଭିନ୍ନ ନଦୀରେ ଜଳପତ୍ତନ ବଢିବାରେ ଲାଗିଛି । ଏପରି କି ବେଗୁନିଆପଡା ବ୍ଲକ ତାଳସର ଠାରେ ଥିବା ଖରଖରି ଓ କୋଦଳା ଜଗତା ନାଳ, ନୁଆଁ ହଜ ର ପାଣି ଭରିହୋଇ ରାସ୍ତା ଉପରେ ଚାଲୁଛି । ଏମିତି କି ଏହି ଜଳ ପ୍ରବାହିତ ହୋଇ ପ୍ରାୟ ଶତାଧିକ ଏକର ଚାଷ ଜମି ଏକ ପ୍ରକାର ଜଳମଗ୍ନ ହୋଇଯାଇଛି । କୋଦଳା ଲୁହାଶଙ୍ଖ, ମର୍ଦ୍ଦମେଖ କନ୍ଦିଆ ମଶାଣି, ହଳଦିଆ, ପ୍ରଭୃତି ସ୍ଥାନରେ ଜମିରେ ଜଳମଗ୍ନ ହୋଇ କୃତ୍ରିମ ହ୍ରଦ ର ଭ୍ରମ ସୃଷ୍ଟି ହେଉଛି । ଚାଷୀ ବହୁ କଷ୍ଟରେ କମ ପାଣିରେ ବି ସମସ୍ତ ଵିଲ କାମ ସାରି ଅମଳକୁ ଅପେକ୍ଷ୍ୟା କରିଥିଲା, ବର୍ତ୍ତମାନ ଜମିରେ ପାଣି ମାଡିଯିବାରୁ ଚିନ୍ତାରେ ବସିଛି ,ଅନ୍ୟପଟେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ରାଜସ୍ବ ନିରୀକ୍ଷକ ଙ୍କ ସମେତ ନିଜ କର୍ମଚାରୀଙ୍କୁ ଧରି ସ୍ଥିତି ସମୀକ୍ଷ୍ୟା କରି ଫେରିଛନ୍ତି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ