ଲଗାଣ ବର୍ଷାରେ କୁଲାଡ଼ ଉପର ବ୍ୟାଘ୍ର ଦେବୀ ପୀଠରୁ ଭାଙ୍ଗିଲା ପଥର।

ଭଞ୍ଜନଗର, ୨୯/୧୦(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ସହର ନିକଟସ୍ଥ କୁଲାଡ ଉପର ବ୍ୟାଘ୍ରଦେବୀ ମନ୍ଦିରରୁ ବୁଧବାର ସନ୍ଧ୍ୟାରେ ଏକ ବିରାଟ ପଥର ଖସି ପଡ଼ିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରଟି ଖସି ତଳକୁ ଆସିବା ସମୟରେ ତଳେ ଥିବା ଶିବ ମନ୍ଦିରରେ ମାଡ ହୋଇ ମନ୍ଦିରର କ୍ଷତି ହୋଇଛି। ଜଦି ପଥରଟି ତଳେ ଥିବା ସାହି ଆଡ଼େ ଗଡି ଆସିଥାନ୍ତା ତେବେ ଧନଜୀନ କ୍ଷତି ହେବାର ଆଶଙ୍କା ଥିଲା। ପଥର ଖସିବା ପରେ ମନ୍ଦିରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଲଗାଣ ବର୍ଷା ଯୋଗୁଁ ପଥରଟି ଖସି ପଡ଼ିଥିବା ଅନୁମାନ କରାଯାଉଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment