ଲଗାଣ ବର୍ଷାରେ ଘରେ ପସିଲା ପାଣି ।

ବୋଲଗଡ଼୦୬/୦୮ (ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ ଅଧୀନ ଠଣାପଲ୍ଲୀ ମାଳିସାହି ରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଆଜି ବହୁ ସମୟ ଧରି ମୁଷଳ ଧାରାରେ ବର୍ଷା ହେବା ଫଳରେ ଅନେକ ଲୋକଙ୍କ ଦାଣ୍ଡ ପାଣି ଘରେ ପଶି ବାଡି ପଛପଟକୁ ବୋହିଯାଇଚି ଫଳରେ ଘର ମାଟି ଚଟାଣ ଓଦା ହେବ ସହିତ ଆସବାବ ପତ୍ର ନଷ୍ଟ ହୋଇଛି।ପାଣି ପଶି ଯିବାରୁ ଦୁଆର ମୁହଁରେ ବାଲିବସ୍ତା ଦେଇ ଜଗି ବସିଛନ୍ତି।ଏଥିରେ ଦାଶରଥି ମହାପାତ୍ର, ତ୍ରିନାଥ ମହାପାତ୍ର, ମୋହନ ମହାପାତ୍ର,ଗୋପାଳ ଚନ୍ଦ୍ର ସାହୁ, ବିଶ୍ଵନାଥ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଦଣ୍ଡପାଣି ମହାପାତ୍ର, ବିରଞ୍ଚି ସେଠୀ,ବିଜୟ ମହାପାତ୍ର ଆଦିଙ୍କ ଘରେ ପାଣି ପଶି କ୍ଷତି ଗ୍ରସ୍ଥ ହୋଇଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକିୟ ସହଯୋଗ ପ୍ରଦାନ କରିବାକୁ ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି ଓ ଜନସାଧାରଣ ଙ୍କ ତରଫରୁ ଦାବୀ କରି ଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment