ଲକ ଡାଉନ ପୂର୍ବରୁ ବଜାରରେ ପ୍ରବଳ ଭିଡ଼ ।

ଭଞ୍ଜନଗର,୦୪/୦୫(ପିପିଟି);ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବରେ ବହୁ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।ଏହାକୁ ରୋକିବା ପାଇଁ ବୁଧବାର ଠାରୁ ରାଜ୍ୟବ୍ୟାପୀ ୧୪ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି ସରକାର।ମଙ୍ଗଳବାର ଶେଷ ଦିବସ ହୋଇଥିବାରୁ ଭଞ୍ଜନଗର ସହର ଚଳ ଚଞ୍ଚଳ ହୋଇ ଉଠିଥିଲା।ରାସ୍ତାଘାଟ, ଦୋକାନ ବଜାର, ବସ ଷ୍ଟାଣ୍ଡ, ବ୍ୟାଙ୍କ, ଏଟିଏମ ସବୁଠାରେ ନାହିଁ ନଥିବା ଭିଡ଼।ଦୋକାନ ବଜାର ବନ୍ଦ ହେବା ପୂର୍ବରୁ ସମସ୍ତେ ନିଜ ନିଜର ଆବଶ୍ୟକୀୟ ଜିନିଷ ପତ୍ର ଯୋଗାଡ଼ କରିବାରେ ଲାଗିପଡିଛନ୍ତି।ପ୍ରବଳ ଭିଡ଼ ଭିତରେ ମାସ୍କ ବ୍ୟବହାର, ସାନିଟାଇଜର ଓ ସାମାଜିକ ଦୁରତ୍ୱକୁ ଆଉ ମାନୁଛି କିଏ ? ଏଭଳି ସ୍ଥିତିରେ ସଂକ୍ରମଣତ ନିଶ୍ଚୟ ବଢ଼ିବ ଏଥିରେ ସନ୍ଦେହ ନାହିଁ।ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିବ ସେଠାରେ ଯେତିକି ଗ୍ରାହକଙ୍କ ଭିଡ଼ ତାଠାରୁ ଅଧିକ ଭିଡ଼ ଯେଉଁ ସବୁ ଦୋକାନ ଏହି ଲକ ଡାଉନ ସମୟରେ ବନ୍ଦ ରହିବ।କାଳେ ପୁଣିଥରେ ଲକଡାଉନ ର ସମୟ ସୀମା ବଢ଼ିପାରେ ତେଣୁ ସମସ୍ତେ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେଉଛନ୍ତି। ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ହେବା ଦୃଷ୍ଟିରୁ ଯାତ୍ରୀମାନେ ମାନେ ନିଜ ନିଜର ବାସସ୍ଥାନକୁ ଫେରିଯିବା ପାଇଁ ବସ ରେ ଠେଲିପେଲି ହୋଇ ଯାଉଥିବା ଦେଖାଯାଇଛି।ସେହିପରି ବିଭିନ୍ନ ବ୍ୟାଙ୍କ ଓ ଏଟିଏମ ରେ ମଧ୍ୟ ଗ୍ରାହକ ମାନଙ୍କର ଲମ୍ବା ଲାଇନ। କିଏ ଜାଣେ ପୁଣି ଥରେ କେବେ ସ୍ୱାଭାବିକ ପରିସ୍ଥିତି ଫେରିବ ତେଣୁ ସମସ୍ତେ ଏକ ଅଜଣା ଆଶଙ୍କା ଭିତରେ ରହିଛନ୍ତି।

( ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment